ଗୋଆ: କରୋନା ଲାଗି ଏବେ ଭାରତରେ ୨୧ ଦିନ ଲକ୍ଡାଉନ୍ ହୋଇଛି। ଏହି ସମୟରେ କିଛି ବ୍ରିଟିସ ନାଗରିକ ଗୋଆରେ ଅଟକି ରହିଛନ୍ତି। ଏଥିରେ ଇଟାଲି ଫୁଟ୍ବଲ୍ କ୍ଲବ୍ ଏସି ମିଲାନ ଗୋଲ୍ରକ୍ଷକ ଅସ୍ମିର ବେଗୋଭିଙ୍କ ଜଣେ ବନ୍ଧୁଙ୍କ ମା' ମଧ୍ୟ ରହିଛନ୍ତି। ଗୃହାବଦ୍ଧ ବେଳେ ସେମାନେ ଖାଇବା ପିଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କୁ ଶୀଘ୍ର ଗୋଆରୁ ଫେରାଇ ଆଣିବା ଲାଗି ବ୍ରିଟିସ ସରକାରଙ୍କୁ ଟ୍ବିଟ୍ କରି ବେଗୋଭି ଅନୁରୋଧ କରିଛନ୍ତି। ସେ ଟ୍ବିଟର୍ରେ ମହିଳା ଜଣଙ୍କ ନାଁ ନେଇନାହାନ୍ତି। ମୋର ଘନିଷ୍ଠ ବନ୍ଧୁଙ୍କ ୬୭ ବୟସ୍କା ମା’ ଅନ୍ୟ ଶହ ଶହ ବ୍ରିଟିଶ ନାଗରିକଙ୍କ ସହ ଭାରତର ଗୋଆରେ ଅଟକି ରହିଛନ୍ତି। ଗୃହାବଦ୍ଧ ପାଇଁ ଖାଦ୍ୟ ଏବଂ ପାନୀୟ ପାଇବା ସେମାନଙ୍କ ପାଇଁ କଷ୍ଟକର ହେଉଛି। ଏହି ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ବ୍ରିଟିଶ ସରକାରଙ୍କୁ ଅନୁରୋଧ କରିବାକୁ ଦୟାକରି ଏହି ଆବେଦନପତ୍ରରେ ଦସ୍ତଖତ କରନ୍ତୁ ଲେଖିବା ସହ ସେ ବ୍ରିଟିଶ ସରକାରଙ୍କ ସହାୟତା ଲୋଡ଼ିଥିବା ଏକ ପିଟିସନର ଲିଙ୍କ୍ ନିଜ ଟ୍ବିଟର୍ ପୃଷ୍ଠାରେ ଛାଢ଼ିଛନ୍ତି।
ଗୋଆରେ ଅଟକି ରହିଥିବା ବୃଦ୍ଧାଙ୍କ ପାଇଁ ସାହାଯ୍ୟ ମାଗିଲେ ଏସି ମିଲାନ ଗୋଲ୍ରକ୍ଷକ
Advertisment
Follow Us