ଆସେସ୍‌ ଶୃଙ୍ଖଳା, ୱାଦେଙ୍କ ଶତକ ସତ୍ତ୍ବେ ଅଷ୍ଟ୍ରେଲିଆ ପରାସ୍ତ

Advertisment
ଆସେସ୍‌ ଶୃଙ୍ଖଳା, ୱାଦେଙ୍କ ଶତକ ସତ୍ତ୍ବେ ଅଷ୍ଟ୍ରେଲିଆ ପରାସ୍ତ

ଲଣ୍ଡନ: ପଞ୍ଚମ ତଥା ଶେଷ ଟେ‌ଷ୍ଟ୍‌ରେ ଅଷ୍ଟ୍ରେଲିଆକୁ ଘରୋଇ ଇଂଲଣ୍ଡ ୧୩୫ ରନ୍‌ରେ ହରାଇ ଦେଇଛି। ଅଷ୍ଟ୍ରେଲିଆ ସମ୍ମୁଖରେ ଇଂଲଣ୍ଡ ୩୯୯ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ମାଥ୍ୟୁ ୱାଦେଙ୍କ ଲଢ଼ୁଆ ଶତକ (୧୧୭, ୧୬୬ ବଲ) ସତ୍ତ୍ବେ ଭ୍ରମଣକାରୀ ଦଳ ୨୬୩ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଏଥି ସହ ଇଂଲଣ୍ଡ ଆସେସ୍‌ ଶୃଙ୍ଖଳାକୁ ୨-୨ରେ ଶେଷ କରି ସମ୍ମାନ ବାଣ୍ଟିଛି। କିନ୍ତୁ ପୂର୍ବ ଥର ବିଜେତା ଥିବାରୁ ଅଷ୍ଟ୍ରେଲିଆ ଆସେସ୍‌କୁ ନିଜ ପାଖରେ ବଜାୟ ରଖିବାର ଗୌରବ ପାଇଛି। ଦୁଇ ମାସ ତଳେ ଫାଇନାଲ୍‌ ମ୍ୟାଚ୍‌କୁ ନ ଜିତି ଇଂଲଣ୍ଡ ବିଶ୍ବକପ୍‌ ବିଜେତା ହୋଇଥିଲା। ଏବେ ଶୃଙ୍ଖଳା ପରାଜୟ ବିନା ଆସେସ୍‌ ହରାଇଛି।

ରବିବାର ଚତୁର୍ଥ ଦିନରେ ଇଂଲଣ୍ଡ ୩୧୩/୮ରୁ‌ ଖେଳି ୧୬ ରନ୍ ଯୋଡ଼ି ଶେଷ ୨ ୱିକେଟ୍ ହରାଇଥିଲା। ଫଳରେ ପ୍ରଥମ ପାଳିରେ ୬୯ ରନ୍‌ ପଛୁଆ ଅଷ୍ଟ୍ରେଲିଆ ସମ୍ମୁଖରେ କଷ୍ଟସାଧ୍ୟ ୩୯୯ ରନ୍‌ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ୮୫ ରନ୍‌ରେ ୪ ୱିକେଟ୍ ହରାଇ ଅଷ୍ଟ୍ରେଲିଆ କିନ୍ତୁ ଆତ୍ମସମର୍ପଣ କରିଥିଲା। ଶୃଙ୍ଖଳାରେ ମୋଟ ୭୭୪ ରନ୍ କରିଥିବା ସ୍ମିଥ୍ (୨୩) ପ୍ରଥମ ଥର ୮୦ ରନ୍‌ ପୂର୍ବରୁ ଆଉଟ୍ ହୋଇଥିଲେ। ମାଥ୍ୟୁ ୱାଦେ (୧୧୭, ୧୬୬ ବଲ, ୧୭ ଚୌକା, ୧ ଛକା) ନିଜ ଖେଳ ଜୀବନର ଶ୍ରେଷ୍ଠ ପାଳି ତଥା ଚତୁର୍ଥ ଶତକ ହାସଲ କରିଥିଲେ। କିନ୍ତୁ ଏହା ନିରାଶାରେ ବିତିଥିଲା। ୭୭ ଓଭରରେ ଦଳ ସମସ୍ତ ୱି‌କେଟ୍ ହରାଇ ୨୬୩ ରନ୍ କରିଥିଲା। ଜୋଫ୍ରା ଆର୍ଚର ମ୍ୟାଚ୍‌ର ଏବଂ ଷ୍ଟିଭେନ୍ ସ୍ମିଥ୍ (ଅଷ୍ଟ୍ରେଲିଆ) ଓ ବେନ୍‌ ଷ୍ଟୋକ୍ସ (ଇଂଲଣ୍ଡ) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ପ୍ରଥମ ପାଳି: ୨୯୪ (ଜୋସ୍ ବଟ୍ଟଲର୍‌-୭୦, ମିଚେଲ୍‌ ମାର୍ଶ-୫/୪୬)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୨୨୫ (ଷ୍ଟିଭେନ୍ ସ୍ମିଥ୍-୮୦, ଜୋଫ୍ରା ଅର୍ଚର-୬/୬୨)। ଇଂଲଣ୍ଡ ଦ୍ବିତୀୟ ପାଳି: ୩୨୯ (ଜୋ ଡେନଲି-୯୪, ବେନ୍ ଷ୍ଟୋକ୍ସ-୬୭, ନାଥନ୍ ଲାୟନ୍‌-୪/୬୯, ମିଚେଲ୍‌ ମାର୍ଶ-୨/୪୦, ପିଟର୍ ସିଡଲ୍‌-୨/୫୨, ପ୍ୟାଟ୍‌ କମିନ୍ସ-୨/୬୭)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୭୭ ଓଭରରେ ୨୬୩ (ମାଥ୍ୟୁ ୱାଦେ-୧୧୭, ଷ୍ଟୁଆର୍ଟ ବ୍ରଡ୍‌-୪/୬୨, ଜ୍ୟାକ୍‌ ଲିଚ୍‌-୩/୪୯, ଜୋ ରୁଟ୍‌-୨/୨୬)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe