ଭାରତୀୟ ଅଲିମ୍ପିକ୍ସ ପରାମର୍ଶଦାତା ଗ୍ରୁପ୍‌ର ସଦସ୍ୟ ହେଲେ ଅଚ୍ୟୁତ ସାମନ୍ତ

Advertisment
ଅଚ୍ୟୁତ ସାମନ୍ତ କେନ୍ଦ୍ରୀୟ ଏସିଆ ଭଲିବଲ୍‍ ସଂଘ ସଦସ୍ୟ ମନୋନୀତ

hi.redsearch.org

ଭୁବନେଶ୍ବର: ଶିକ୍ଷାବିତ୍‌, ସମାଜସେବୀ ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଭାରତୀୟ ଅଲିମ୍ପିକ୍ ପରାମର୍ଶଦାତା ଗ୍ରୁପ୍‌ର ସଦସ୍ୟ ମନୋନୀତ ହୋଇଛନ୍ତି। ଏହି ଆଡ୍‌ଭାଇଜରି ଗ୍ରୁପ୍ ବିଭିନ୍ନ କ୍ରୀଡ଼ା ମହାସଂଘ ଏବଂ ଖେଳାଳି ଆଦିଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ ରାଶି ଓ ପୁରସ୍କାର ରାଶି ସ୍ଥିର କରିବ। ଗୁରୁବାର ଭାରତୀୟ ଅଲିମ୍ପିକ୍ସ ପରାମର୍ଶଦାତା ଗ୍ରୁପ୍‌ର ଏକ ଭର୍ଚୁଆଲ୍ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ଅଲିମ୍ପିକ୍ସ ସଂଘର ମହାସଚିବ ରାଜୀବ ମେହଟ୍ଟାଙ୍କ ସମେତ ୨୧ ଜଣିଆ ସଦସ୍ୟ ବିଶିଷ୍ଟ ଆଡଭାଇଜରି ଗ୍ରୁପ୍ ବିଭିନ୍ନ ଜାତୀୟ ଓ ରାଜ୍ୟ କ୍ରୀଡ଼ା ଫେଡେରେସନ୍ ଓ କେଉଁ ଖେଳାଳିଙ୍କୁ କେତେ ଟଙ୍କା ପ୍ରଦାନ କରାଯିବ ତା ଉପରେ ଆଲୋଚନା କରିଥିଲେ।

ଏହା ସହିତ ଖେଳାଳି ଓ ଅନ୍ୟ ପ୍ରତିନିଧିଙ୍କ ପକେଟ୍ ଆଲାଉନ୍‌ସ, ପଦକ ବିଜେତା ଆଦିଙ୍କ ପାଇଁ ଦିଆଯିବାକୁ ଥିବା ପ୍ରୋତ୍ସାହନ ରାଶି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ଶ୍ରୀ ସାମନ୍ତ କ୍ରୀଡ଼ା ସଙ୍ଗଠନ, କ୍ରୀଡ଼ାବିତଙ୍କ ସହ ପ୍ରଶିକ୍ଷକମାନଙ୍କୁ ମଧ୍ୟ ପ୍ରୋତ୍ସାହନ ଦିଆଯିବା ଉଚିିତ ବୋଲି କହିଥିଲେ। ଶ୍ରୀ ସାମନ୍ତ ଭାରତୀୟ ଭଲିବଲ ସଂଘର ସଭାପତି ଓ ଆହୁରି ଅନେକ କ୍ରୀଡ଼ା ସଙ୍ଗଠନର ସଦସ୍ୟ ରହିଛନ୍ତି। ଭାରତୀୟ ଅଲିମ୍ପିକ ଆଡଭାଇଜରି ଗ୍ରୁପର ସଦସ୍ୟ ମନୋନୀତ କରିଥିବାରୁ ଶ୍ରୀ ସାମନ୍ତ ଆସୋସିଏସନର ମହାସଚିବ ଶ୍ରୀ ମେହେଟାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାସହ ଓଡ଼ିଶା ସରକାର ପ୍ରଥମକରି ଦୂତି ଓ ଅନ୍ୟ ଅଲିମ୍ପିକ ଖେଳାଳିଙ୍କୁ ଆର୍ଥିକ ପ୍ରୋତ୍ସାହନ ଆରମ୍ଭ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe