ଆଡିଲେଡ୍‌ ଟେଷ୍ଟ: ଅଷ୍ଟ୍ରେଲିଆ ୫୧୧/୭; ୱେଷ୍ଟଇଣ୍ଡିଜ୍‌ ୧୦୨/୪

ଆଡିଲେଡ୍‌ ଟେଷ୍ଟ: ଅଷ୍ଟ୍ରେଲିଆ ୫୧୧/୭; ୱେଷ୍ଟଇଣ୍ଡିଜ୍‌ ୧୦୨/୪

Cricbuzz

ଆଡିଲେଡ୍‌ : ମାର୍ନସ ଲବୁସାନ୍‌ (୧୬୩, ୩୦୫ ବଲ୍‌) ଏବଂ ଟ୍ରାଭିସ୍‌ ହେଡ୍‌ (୧୭୫, ୨୧୯ ବଲ୍‌)ଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ନିଜ ପ୍ରଥମ ପାଳିକୁ ୫୧୧/୭ରେ ଘୋଷଣା କରିଛି। ପୂର୍ବଦିନଠାରୁ ଅପରାଜିତ ରହିଥିବା ଏହି ଦୁଇ ବ୍ୟାଟର୍‌ ଚତୁର୍ଥ ୱିକେଟ୍‌ ପାଇଁ ୨୯୧ ରନ୍ ଯୋଡ଼ିଥିଲେ। ଲବୁସାନଙ୍କୁ ଡେଭନ୍ ଥମାସ ଆଉଟ୍ କରି ଏହି ମାରାଧନ ଭାଗୀଦାରିକୁ ଭାଙ୍ଗିଥିଲେ। ଟ୍ରାଭିସ୍ ହେଡ୍‌ ରନ୍‌ ଆଉଟ୍ ହୋଇଯିବାରୁ ଦ୍ବିଶତକ ଆଡ଼କୁ ଅଗ୍ରସର ହୋଇପାରିନଥିଲେ। ପାଳି ଘୋଷଣା ବେଳକୁ ୱିକେଟରକ୍ଷକ ଆଲେକ୍ସ କ୍ୟାରି (୪୧* ରନ୍‌) ଅପରାଜିତ ରହିଥିଲେ। ଜବାବରେ ଦ୍ବିତୀୟ ଦିବସ ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍‌ ୧୦୨/୪ରେ ସଂଘର୍ଷ କରୁଛି। ଅଧିନାୟକ କ୍ରେଗ୍ ବ୍ରାଥ୍‌ୱେଟ୍‌ (୧୯), ଡେଭନ ଥମାସ (୧୯), ସାମରା ବ୍ରୁକ୍ସ (୮) ଏବଂ ଜର୍ମାଇନ୍ ବ୍ଲାକଉଡ୍ (୩) ପ୍ୟାଭିଲିଅନ୍ ଫେରି ସାରିଥିବା ବେଳେ ଶିବନାରାୟଣ ଚନ୍ଦରପଲ୍‌ଙ୍କ ପୁଅ ଟାଗେନାରାୟଣ (୪୭*, ୯୮ ବଲ୍‌) ଏବଂ ଆଣ୍ଡରସନ୍ ଫିଲିପ୍ (୧*) କ୍ରିଜ୍‌ରେ ଅଛନ୍ତି।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୩୭ ଓଭରରେ ୫୧୧/୭, ଘୋଷିତ (ଟ୍ରାଭିସ୍ ହେଡ୍‌-୧୭୫, ମାର୍ନସ ଲବୁସାନ୍‌-୧୬୩, ଉସ୍‌ମାନ ଖୱାଜା-୬୨, ଆଲେକ୍ସ କ୍ୟାରି-୪୧*, ‌ଡେଭନ୍‌ ଥମାସ-୨/୫୩, ଅଲଜାରି ଯୋସେଫ-୨/୧୦୭, କ୍ରେଗ୍ ବ୍ରାଥୱେଟ୍‌-୧/୩୫, ଜାସନ୍ ହୋଲ୍ଡର-୧/୬୮)। ୱେଷ୍ଟ୍‌ଇଣ୍ଡିଜ୍ ପ୍ରଥମ ପାଳି: ୩୭ ଓଭରରେ ୧୦୨/୪ (ଟାଗେନାରାୟଣ ଚନ୍ଦରପଲ୍‌-୪୭*, ଆଣ୍ଡରସନ୍ ଫିଲିପ୍‌-୧*, ମାଇକେଲ ନାସେର୍‌-୨/୨୦, ନାଥନ୍ ଲାୟନ୍‌-୧/୧୩, କାମେରନ୍‌ ଗ୍ରିନ୍‌-୧/୨୩)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe