ଭୁବନେଶ୍ବର: ଜଳନ୍ଧରଠାରେ ଅନୁଷ୍ଠିତ ସର୍ବଭାରତୀୟ ଟେନିସ୍ ସଂଘ (ଆଇଟା)ର ଚାମ୍ପିଅନସିପ୍ ସିରିଜ୍ (ସିଏସ୍୭)ରେ ଓଡ଼ିଆ ଝିଅ ଆଦ୍ରିକା ପଟ୍ଟନାୟକ ଚମକ ଦେଖାଇଛନ୍ତି। ୧୪ ବର୍ଷରୁ କମ୍ ବାଳିକା ଯୁଗଳରେ ବିଜୟିନୀ ହେବା ସହ ଏକକ ବର୍ଗରେ ଉପବିଜୟିନୀ ହୋଇଛନ୍ତି। ୧୬ ବର୍ଷରୁ କମ୍ ବର୍ଗରେ ମଧ୍ୟ ସେମିଫାଇନାଲ୍ ପହଞ୍ଚିଥିଲେ। ମଧ୍ୟପ୍ରଦେଶର ନାଭିଆ କୌଶଲଙ୍କୁ ସାଥି କରି ଖେଳୁଥିବା ଆଦ୍ରିକା ୧୪ ବର୍ଷରୁ କମ୍ ବାଳିକା ଯୁଗଳ ଫାଇନାଲ୍ରେ ୬-୨, ୨-୬, ୧୦-୫ରେ ପଞ୍ଜାବ ଯୋଡ଼ି କର୍ଭି ସିଂହ ଓ ରିଭାଲିଙ୍କୁ ପରାସ୍ତ କରିଥିଲେ। ଏକକ ଫାଇନାଲ୍ରେ କିନ୍ତୁ ଆଦ୍ରିକାଙ୍କୁ ପଞ୍ଜାବର ଜୟ ସିଂହ ୪-୬, ୪-୬ରେ ହରାଇ ଦେଇଥିଲେ। ଆଦ୍ରିକାଙ୍କୁ ତାଙ୍କ ପ୍ରଶିକ୍ଷକ ଫାରହାନ୍ ଅଲୀ ଅଭିନନ୍ଦନ ଜଣାଇବା ସହ ଅଧିକ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି।
ଆଦ୍ରିକାଙ୍କୁ ଆଇଟା ଟ୍ରଫି
Advertisment
Follow Us