ଭୁବନେଶ୍ବର: କିଟ୍ ଓ ନିଖିଳ ଓଡ଼ିଶା ଚେସ୍ ସଂଘର ମିଳିତ ଆନୁକୂଲ୍ୟରେ ସର୍ବଭାରତୀୟ ଚେସ୍ ମହାସଂଘ ଏବଂ ବିଶ୍ବ ଚେସ୍ ସଂଘର ତତ୍ବାବଧାନରେ କିଟ୍ ବିଶ୍ବବିଦ୍ୟାଳୟରେ ଚାଲିଥିବା ଅନ୍ତର୍ଜାତୀୟ କିଟ୍ ଚେସ୍ ମହୋତ୍ସବର ବି’ ବର୍ଗ ପ୍ରତିଯୋଗିତା ସୋମବାର ଶେଷ ହୋଇଛି। ୧୦ ରାଉଣ୍ଡ୍ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଗୁଜରାଟର ଆଦିତ୍ୟ ପି ମେଲାନି ୮.୫ ପଏଣ୍ଟ୍ କରାୟତ କରି ବିଜେତା ହୋଇଛନ୍ତି। ସମାନ ପଏଣ୍ଟ ପାଇ ପଶ୍ଚିମ ବଙ୍ଗର ଗୌରବ ଦାସ ଦ୍ବିତୀୟ ସ୍ଥାନରେ ରହିଥିଲେ। ଏମାନଙ୍କ ପଛକୁ ଓଡ଼ିଶାର ସାର୍ଥକ ଦେବତା ଓ ମନିନ୍ଦ୍ର କର୍ଜି (କିସ୍) ସମାନ ୮ ପଏଣ୍ଟ୍ ଲେଖାଏ ପାଇଁ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଥିଲା ବେଳେ ବିନାୟକ ରଥ (୭ ପଏଣ୍ଟ୍) ୧୬ତମ ସ୍ଥାନ ସହ ଶ୍ରେଷ୍ଠ ୨୦ ମଧ୍ୟରେ ରହିଥିଲେ। ଶେଷ ରାଉଣ୍ଡରେ ଦୁଇ ଓଡ଼ିଆ ତାରକା ସାର୍ଥକ ଓ ମନିନ୍ଦ୍ରଙ୍କ ମଧ୍ୟରେ ମୁକାବିଲା ହୋଇଥିଲା ବେଳେ ମ୍ୟାଚ୍ ଡ୍ର ରଖି ପଏଣ୍ଟ୍ ବାଣ୍ଟିଥିଲେ। ସୋମବାର ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲର ମୁଖ୍ୟ ମୋନାଲିସା ବଳ, ନିଖିଳ ଓଡ଼ିଶା ଚେସ୍ ସଂଘର ଯୁଗ୍ମ ସମ୍ପଦକ ବିଭୁ ଭୂଷଣ ମିଶ୍ର, ଉପସଭାପତି ରଂଜନ ମହାନ୍ତି, ମୁଖ୍ୟ ଅର୍ବିଟର ଆର୍ ଆନଥ୍ରାମ ଯୋଗଦେଇଥିଲେ। ଏହି ବର୍ଗରେ ୨୯୭ ପ୍ରତିଯୋଗୀ ଭାଗ ନେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us