ନୂଆଦିଲ୍ଲୀ: ଭାରତର ଅନ୍ୟତମ ସ୍ଥିର ପ୍ରଦର୍ଶନକାରୀ କ୍ରୀଡ଼ାବିତ୍ ଭାବେ ପରିଗଣିତ ପଙ୍କଜ ଆଡ୍ଭାନୀ ନିଜର ବିଶ୍ବ ଟ୍ରଫି ସଂଖ୍ୟାକୁ ୨୨ରେ ପହଞ୍ଚାଇଛନ୍ତି। ଏହି କ୍ୟୁ ସ୍ପୋର୍ଟସ୍ ତାରକା ମିଆଁମାର୍ର ମାଣ୍ଡାଲେଠାରେ ଚାଲିଥିବା ଆଇବିଏସ୍ଏଫ୍ ବିଶ୍ବ ବିଲିୟାର୍ଡସ୍ ପ୍ରତିଯୋଗିତାର ୧୫୦-ଅପ୍ ଫର୍ମାଟ୍ରେ ବିଜେତା ହୋଇଛନ୍ତି। ରବିବାର ଫାଇନାଲ୍ରେ ସେ ମିଆଁମାର୍ ତାରକା ନେ ଥ୍ବାୟ ଓଓଙ୍କୁ ୬-୨ (୧୫୦-୪, ୧୫୧-୬୬, ୧୫୦-୫୦, ୭-୧୫୦, ୧୫୧-୬୯, ୧୫୦-୦, ୧୩୩-୧୫୦ ଓ ୧୫୦-୭୫)ରେ ପରାସ୍ତ କରିଦେଇଥିଲେ। ୩୪ ବର୍ଷ ବୟସ୍କ ଆଡ୍ଭାନୀ ଗତବର୍ଷ ମଧ୍ୟ ଏହି ପ୍ରତିଯୋଗିତାର ଫାଇନାଲ୍ରେ ସମାନ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରିଥିଲେ। ଏହି ଫର୍ମାଟ୍ରେ ଗତ ୬ ବର୍ଷ ମଧ୍ୟରେ ଆଡ୍ଭାନୀଙ୍କର ଏହା ପଞ୍ଚମ ଟ୍ରଫି। ପୁଣି ୨୦୧୪ରେ ୟୁକେରେ ବିଜେତା ହେବା ପରଠୁ ଆଡ୍ଭାନୀ ମଧ୍ୟ ପ୍ରତିବର୍ଷ ଗୋଟିଏ ଲେଖାଏଁ ବିଶ୍ବ ଟ୍ରଫି ଜିତି ଚାଲିଛନ୍ତି।
ଥ୍ବାୟ ଓଓଙ୍କୁ ହରାଇ ଆଡ୍ଭାନୀ ଜିତିଲେ ୨୨ତମ ବିଶ୍ବ ଟ୍ରଫି
Advertisment
Follow Us