ଆଡ୍‌ଭାନିଙ୍କୁ କାଂସ୍ୟ

ଆଡ୍‌ଭାନିଙ୍କୁ କାଂସ୍ୟ

ଦୋହା: ଗତ ରବିବାର ଆଇବିଏସ୍‌ଏଫ୍‌ ବିଶ୍ୱ ବିଲିୟାର୍ଡସ୍‌ ପ୍ରତିଯୋଗିତା ଜିତି ସପ୍ତଦଶ ଥର ପାଇଁ ବିଶ୍ୱ ଟ୍ରଫି ହାସଲ କରିଥିବା କ୍ୟୁ ସ୍ପୋର୍ଟସ୍‌ ତାରକା ପଙ୍କଜ ଆଡ୍‌ଭାନି ବୁଧବାର ଏହି ପ୍ରତିଯୋଗିତାର ଲମ୍ବା ଫର୍ମାଟ୍‌ରେ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ବୁଧବାର ଫାଇନାଲ୍‌ରେ ଭାରତୀୟ ତାରକା ଆଡ୍‌ଭାନି ତିନି ଦିନ ତଳର ସମାନ ପ୍ରତିଦ୍ୱନ୍ଦ୍ୱୀ (ଇଂଲଣ୍ଡର ମାଇକ୍‌ ରସେଲ୍‌)ଙ୍କ ନିକଟରୁ ସେମିଫାଇନାଲ୍‌ ମୁକାବିଲା ହାରି ଏହି ପଦକରେ ସନ୍ତୁଷ୍ଟ ରହିଛନ୍ତି। ରସେଲ୍‌ ୧୨୫୧-୬୨୦ରେ ଆଡ୍‌ଭାନିଙ୍କୁ ପରାସ୍ତ କରିଥିଲେ। ଏହା ପୂର୍ବରୁ ଅନ୍ୟ ଦୁଇ ଭାରତୀୟ ଧ୍ରୁବ ସିତ୍‌ଓ୍ଵାଲା ଓ ସୌରଭ କୋଠାରୀ ନିଜ ନିଜର କ୍ୱାର୍ଟର ଫାଇନାଲ୍‌ ମୁକାବିଲା ହାରି ପଦକରୁ ବଞ୍ଚିତ ହୋଇଥିଲେ। ତେବେ ଏକମାତ୍ର ଭାରତୀୟ ଭାବେ ଆଡ୍‌ଭାନି ଗୋଟିଏ ସ୍ୱର୍ଣ୍ଣ ଓ କାଂସ୍ୟ ଜିତି ଏହି ବିଶ୍ୱ ପ୍ରତିଯୋଗିତାକୁ ସ୍ମରଣୀୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe