କୋହଲିଙ୍କୁ ପରାମର୍ଶ ପ୍ରସଙ୍ଗ: ଅଖତରଙ୍କୁ ଗାଙ୍ଗୁଲିଙ୍କ ଜବାବ

କୋହଲିଙ୍କୁ ପରାମର୍ଶ ପ୍ରସଙ୍ଗ: ଅଖତରଙ୍କୁ ଗାଙ୍ଗୁଲିଙ୍କ ଜବାବ

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍‌ ପରେ ବିରାଟ କୋହଲି କେବଳ ଟେଷ୍ଟ୍‌ କ୍ରିକେଟ୍‌ରେ ଧ୍ୟାନ ଦିଅନ୍ତୁ ବୋଲି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଦେଇଥିବା ମନ୍ତବ୍ୟକୁ ‌ସାମାଜିକ ଗଣମାଧ୍ୟମରେ ସମାଲୋଚନା କରାଯାଇଛି। ଏପରିକି ଅନେକ ପ୍ରଶଂସକ ସୋଏବଙ୍କ ଉପରେ କ୍ରୋଧିତ ହୋଇ କଟୁ ମନ୍ତବ୍ୟ ଦେଇଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ଅସନ୍ତୋଷ ଝାଡ଼ିଛନ୍ତି। ସୋଏବଙ୍କ ପରାମର୍ଶ ଉପରେ ସେ ପ୍ରଶ୍ନ ଉଠାଇବା ସହିତ କୋହଲି ଯେଉଁ ଫର୍ମାଟ୍‌ରେ ଚାହିଁବେ ସେଥିରେ ସେ ଖେଳିପାରିବେ। କାରଣ ସେ ପ୍ରତି ଫର୍ମାଟ୍‌ରେ ନିୟମିତ ଭଲ ପ୍ରଦର୍ଶନ ଦେଉଛନ୍ତି ବୋଲି ଗାଙ୍ଗୁଲି କହିଛନ୍ତି।

କୋହଲି ଟ୍ବେଣ୍ଟି-୨୦ରେ ପ୍ରଭାବୀ ହୋଇପାରୁନାହାନ୍ତି। ତାଙ୍କ ପାଖରେ ଆହୁରି ୬ ବର୍ଷ କ୍ରିକେଟ୍‌ ଖେଳିବା ଭଳି ଦକ୍ଷତା ଅଛି। ତେଣୁ ସେ ଟେଷ୍ଟ୍‌ କ୍ରିକେଟ୍‌ରେ ମନୋନିବେଶ କରି ସଚିନ୍‌ଙ୍କ ୧୦୦ ଆନ୍ତର୍ଜାତିକ ଶତକକୁ ଟପିବା ପାଇଁ ଉଦ୍ୟମ କରିବା ଉଚିତ୍‌ ହେବ ବୋଲି ସୋଏବ ଏକ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ମନ୍ତବ୍ୟ ଦେଇଥିଲେ। ଗାଙ୍ଗୁଲି ଏହା ଉପରେ ପ୍ରତିକ୍ରିୟା ରଖି କହିଥିଲେ ଯେ, ଜଣେ କ୍ରିକେଟର୍‌ ଭଲ କି ଖରାପ ଭାବିବା ପରିବର୍ତ୍ତେ ସଂପୃକ୍ତ ପ୍ରତିଯୋଗିତାରେ ‌କିପରି ଖେଳୁଛି ତାହା ଉପରେ ଧ୍ୟାନ ଦିଆଯିବା ଉଚିତ୍‌। କୋହଲିଙ୍କ ଅପେକ୍ଷା ରୋହିତ ଶର୍ମା, ହାର୍ଦିକ ପାଣ୍ଡ୍ୟା ଓ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ କିଭଳି ପରିଚାଳନା କରିବେ ତାହା ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏଥିସହ ନିର୍ଭିକ ହୋଇ ଖେଳୁଥିବା ଯୁବ ବାମହାତୀ ଯଶସ୍ବୀ ଜୟସ୍ବାଲ୍‌ଙ୍କୁ ମଧ୍ୟ ଶୀର୍ଷକ୍ରମରେ ଦେଖିବାକୁ ସେ ପସନ୍ଦ କର‌ିବେ ବୋଲି ଗାଙ୍ଗୁଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe