ଏଏଫ୍‌ସି ଏସୀୟ କପ୍‌ ୨୦୨୭: ଆୟୋଜକ ବିଡ୍‌ରୁ ଓହରିଲା ଭାରତ

ଏଏଫ୍‌ସି ଏସୀୟ କପ୍‌ ୨୦୨୭: ଆୟୋଜକ ବିଡ୍‌ରୁ ଓହରିଲା ଭାରତ

Scroll.in

ନୂଆଦିଲ୍ଲୀ : ଏଏଫ୍‌ସି ଏସୀୟ କପ୍‌ ୨୦୨୭ ଆୟୋଜକ ବିଡ୍‌ରୁ ଓହରିବାକୁ ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌) ନିଷ୍ପତ୍ତି ନେଇଛି। ସୋମବାର ଏଆଇଏଫ୍‌ଏଫ୍‌ କାର୍ଯ୍ୟକାରୀ ସମିତି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଭାରତ ବଡ଼ ପ୍ରତିଯୋଗିତା ଆୟୋଜନ କରିବାକୁ ସାମ୍ପ୍ରତିକ ସମୟରେ ସମର୍ଥ ନୁହେଁ ବୋଲି ଏଆଇଏଫ୍‌ଏଫ୍‌ ଅଧିକାରୀମାନେ ଚିନ୍ତା କରୁଛନ୍ତି। ‘‘ଏବେ ଫୁଟ୍‌ବଲ୍‌ର ଭିତ୍ତିଭୂମିକୁ ଦୃଢ଼ କରିବା ଆମର ମୁଖ୍ୟ ଲକ୍ଷ୍ୟ। ତେଣୁ ଏଏଫ୍‌ସି ଏସୀୟ କପ୍‌ ଭଳି ବଡ଼ ପ୍ରତିଯୋଗିତା ଆୟୋଜନ କରିବାକୁ ଚିନ୍ତା କରୁନୁ’’ ବୋଲି ଏଆଇଏଫ୍‌ଏଫ୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

‘‘ଭାରତ ସୁନ୍ଦର ଭାବେ ବଡ଼ ପ୍ରତିଯୋଗିତା ଆୟୋଜନ କରିସାରିଛି। ନିକଟରେ ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ସଫଳତା ସହ ଆୟୋଜନ କରିଥିଲୁ। କିନ୍ତୁ କାର୍ଯ୍ୟକାରୀ କମିଟି‌ରେ ନିଷ୍ପତ୍ତି ‌ହୋଇଛି ଯେ ଆମକୁ ତୃଣମୂଳ ସ୍ତରରୁ ଯୁବ ପର୍ଯ୍ୟନ୍ତ ଫୁଟ୍‌ବଲ୍‌କୁ ଦୃଢ଼ କରିବା ଉପରେ ଅଧିକ ଧ୍ୟାନ ଦେବୁ। ଏଥିସହ ରାଜ୍ୟ ସଂଘ, କ୍ଲବ୍‌ଗୁଡ଼ିକୁ ମଜବୁତ କରିବା ଆମର ପ୍ରାଥମିକତା ରହିବ। ଏସବୁର ରୋଡ୍‌ମ୍ୟାପ୍‌ ଆମେ ଚଳିତ ମାସ ଶେଷରେ ଘୋଷଣା କରିବୁ’’ ବୋଲି ଏଆଇଏଫ୍‌ଏଫ୍‌ ସଭାପତି କଲ୍ୟାଣ ଚୌବେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe