Cricket: ଅମ୍ପାୟାରଙ୍କ ନିଷ୍ପତ୍ତି ଅମାନ୍ୟ କରି ୧୫% ମ୍ୟାଚ୍‌ ଫି ହରାଇଲେ ନବି

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ସମୟରେ ଅମ୍ପାୟାରଙ୍କ ନିଷ୍ପତ୍ତି ଅମାନ୍ୟ କରି ଦଣ୍ଡିତ ହୋଇଛନ୍ତି ଆଫଗାନିସ୍ତାନର ବରିଷ୍ଠ ଅଲ୍‌ରାଉଣ୍ଡର୍‌ ମହମ୍ମଦ ନବି। ତାଙ୍କ ମ୍ୟାଚ୍‌ ଫିର ୧୫ ପ୍ରତିଶତ କଟା ଯାଇଛି। ଘଟଣାଟି ଆଫଗାନିସ୍ତାନ ଇନିଂସର ୧୪ତମ ଓଭରରେ ଘଟିଥିଲା।

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ସମୟରେ ଅମ୍ପାୟାରଙ୍କ ନିଷ୍ପତ୍ତି ଅମାନ୍ୟ କରି ଦଣ୍ଡିତ ହୋଇଛନ୍ତି ଆଫଗାନିସ୍ତାନର ବରିଷ୍ଠ ଅଲ୍‌ରାଉଣ୍ଡର୍‌ ମହମ୍ମଦ ନବି। ତାଙ୍କ ମ୍ୟାଚ୍‌ ଫିର ୧୫ ପ୍ରତିଶତ କଟା ଯାଇଛି। ଘଟଣାଟି ଆଫଗାନିସ୍ତାନ ଇନିଂସର ୧୪ତମ ଓଭରରେ ଘଟିଥିଲା।

12bbs_48_12022026_112

ଅହମଦାବାଦ: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ସମୟରେ ଅମ୍ପାୟାରଙ୍କ ନିଷ୍ପତ୍ତି ଅମାନ୍ୟ କରି ଦଣ୍ଡିତ ହୋଇଛନ୍ତି ଆଫଗାନିସ୍ତାନର ବରିଷ୍ଠ ଅଲ୍‌ରାଉଣ୍ଡର୍‌ ମହମ୍ମଦ ନବି। ତାଙ୍କ ମ୍ୟାଚ୍‌ ଫିର ୧୫ ପ୍ରତିଶତ କଟା ଯାଇଛି। ଘଟଣାଟି ଆଫଗାନିସ୍ତାନ ଇନିଂସର ୧୪ତମ ଓଭରରେ ଘଟିଥିଲା। ଦକ୍ଷିଣ ଆଫ୍ରିକୀୟ ବୋଲର ଲୁଙ୍ଗି ଏନଗିଡିଙ୍କ ହାତରେ ଥିବା ଏକ ରିଷ୍ଟବ୍ୟାଣ୍ଡ୍‌ ଉପରେ ନବି ଆପତ୍ତି ଉଠାଇଥିଲେ।

ଏହାକୁ ନେଇ ସେ ଦୀର୍ଘ ସମୟ ଧରି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ସେ ଆଇସିସି ଆଚରଣ ବିଧିର ଧାରା ୨.୪ ଉଲ୍ଲଙ୍ଘନ କରିଥିବା ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଜରିମାନା ଆକାରରେ ତାଙ୍କ ମ୍ୟାଚ୍‌ ଫିର ୧୫ ପ୍ରତିଶତ କଟାଯାଇଛି। ଏହା ସହିତ ତାଙ୍କୁ ଗୋଟିଏ ଡିମେରିଟ୍‌ ପଏଣ୍ଟ୍‌ ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: Pakistan Army:  ପାକିସ୍ତାନ ସଂସଦରେ ରଖାଗଲା ତଥ୍ୟ

ପଡ଼ିଆରେ ଥିବା ଅମ୍ପାୟାର ଜୟରମନ ମଦନଗୋପାଳ ଓ କର୍ଫୁଦୋଲ୍ଲା ଇବନ ସହିଦ, ତୃତୀୟ ଅମ୍ପାୟାର ନିତିନ ମେନନ ଓ ଚତୁର୍ଥ ଅମ୍ପାୟାର କେଏନ ଅନନ୍ତପଦ୍ମନାଭନ ନବିଙ୍କ ବିରୋଧରେ ଏହି ଅଭିଯୋଗ କରିଥିଲେ। ଆଇସିସି ମ୍ୟାଚ୍‌ ରେଫରି ଅନ୍ତର୍ଜାତୀୟ ପ୍ୟାନେଲ୍‌ ତରଫରୁ ଡେଭିଡ୍‌ ଗିଲବର୍ଟ ଏହି ଦଣ୍ଡବିଧାନ ଘୋଷଣା କରିଥିଲେ। ନବି ନିଜର ତ୍ରୁଟି ସ୍ବୀକାର କରିବା ସହ ଦଣ୍ଡବିଧାନକୁ ଗ୍ରହଣ କରିଛନ୍ତି ବୋଲି ଆଇସିସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe