କୁଆଲାଲମ୍ପୁର: ଆଫଗାନିସ୍ତାନ କ୍ରିକେଟ ଟିମ୍ ୧୯ ବର୍ଷରୁ କମ୍ ଏସିଆ କପ୍ରେ ଚମ୍ପିଅନ ହୋଇ ଇତିହାସ ରଚିଛି। କୁଆଲାଲମ୍ପୁରରେ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ୧୮୫ ରନ୍ରେ ପରାସ୍ତ କରିଛି। ଆଫଗାନିସ୍ତାନ ଟିମ୍ ପାଇଁ ଇକରାମ ଫୈଜି ଜବରଦସ୍ତ ପ୍ରଦର୍ଶନ କରିବାକୁ ଯାଇ ୧୦୭ ରନ ସଂଗ୍ରହ କରିଥିଲେ। ମ୍ୟାଚରେ ପ୍ରଥମ ବ୍ୟାଟିଂ କରିଥିବା ପାକିସ୍ତାନ ୨୪୮ ରନ୍ ସ୍କୋର କରିଥିଲା। ଦ୍ୱିତୀୟ ପାଳିରେ ପାକିସ୍ତାନ ୨୨.୧ ଓଭରରେ ମାତ୍ର ୬୩ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ମ୍ୟାନ ଅଫ୍ ଦ ମ୍ୟାଚ ଘୋଷିତ ହୋଇଥିବା ଆଫ୍ଗାନିସ୍ତାନର ମୁଜିବ ଜାଦରାନ ୧୩ ରନ ଦେଇ ପାକିସ୍ତାନର ୫ଟି ଓ୍ଵିକେଟ ନେଇଥିଲେ।
ପାକିସ୍ତାନୀ ଖେଳାଳିଙ୍କ ବ୍ୟାଟିଂ ନିରାଶାଜନକ ଥିଲା। ୯ଜଣ ଖେଳାଳି ୨ସଂଖ୍ୟା ବିଶିଷ୍ଟ ରନ୍ ସଂଗ୍ରହ କରିବାକୁ ଫେଲ ହୋଇଥିଲେ। ଆଫଗାନିସ୍ତାନ ଟିମ୍ ସେମିଫାଇନାଲରେ ନେପାଳକୁ ହରାଇ ଫାଇନାଲ ପ୍ରବେଶ କରିଥିଲା।
Follow Us