କାବୁଲ: ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ନିଜର ଖେଳାଳିମାନଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛି। ଏହି ନିୟମ ଅନୁସାରେ ଖେଳାଳିମାନେ ଗୋଟିଏ ବର୍ଷରେ ସର୍ବାଧିକ ୩ଟି ବିଦେଶୀ କ୍ରିକେଟ୍ ଲିଗରେ ଅଂଶଗ୍ରହଣ କରିପାରିବେ। ଏହା ସହିତ ସେମାନେ ଘରୋଇ ଟ୍ବେଣ୍ଟି-୨୦ ଲିଗରେ ଅଂଶଗ୍ରହଣ କରିବେ ଓ ଜାତୀୟ ଦଳ ପାଇଁ ଅଧିକ ସମୟ ଦେବେ।
୬ଟି ଘରୋଇ ଫ୍ରାଞ୍ଚାଇଜି ଅଂଶଗ୍ରହଣ କରିବେ।
ଏସିବି ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତା ଅକ୍ଟୋବର ମାସ ବେଳକୁ ବୋର୍ଡ ପକ୍ଷରୁ ୟୁଏଇରେ ଏକ ଟ୍ବେଣ୍ଟି-୨୦ ଲିଗ୍ ଆୟୋଜନ କରାଯିବ। ଏଥିରେ ଆଫଗାନିସ୍ତାନର ୬ଟି ଘରୋଇ ଫ୍ରାଞ୍ଚାଇଜି ଅଂଶଗ୍ରହଣ କରିବେ।
ଏସିବି ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଖେଳାଳିମାନେ ପ୍ରତିବର୍ଷ ଆଫଗାନିସ୍ତାନ ପ୍ରିମିୟର ଲିଗ୍ ସମେତ ସର୍ବାଧିକ ୩ଟି ବିଦେଶୀ ଲିଗରେ ଖେଳିପାରିବେ। ଖେଳାଳିମାନଙ୍କ ଫିଟନେସ୍ ଓ ମାନସିକ ସୁସ୍ଥତା ପାଇଁ ଏପରି ପଦକ୍ଷେପ ନିଆଯାଇଛି ଯେପରିକି ସେମାନେ ଜାତୀୟ ଦଳ ପାଇଁ ସର୍ବୋତ୍ତମ ପ୍ରଦର୍ଶନ କରିପାରିବେ।
କିନ୍ତୁ ଏସିବିର ଏହି ନିୟମ ଲାଗୁ ହେବା ପରେ ପ୍ରମୁଖ ଆଫଗାନ ଖେଳାଳିମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଉଦାହରଣସ୍ବରୂପ ରସିଦ ଖାଁ ଆଇପିଏଲରେ ଗୁଜରାଟ ଟାଇଟାନ୍ସ ପକ୍ଷରୁ ଖେଳିବା ସହ ଏମଆଇ କେପଟାଉନ, ଏମଆଇ ଏମିରେଟ୍ସ ଓ ଏମଆଇ ନ୍ୟୁୟର୍କ ପକ୍ଷରୁ ଖେଳନ୍ତି। ସେହିପରି ଅନ୍ୟ ଆଫଗାନ ଖେଳାଳି ଯେପରିକି ନୁର ଅହମ୍ମଦ, ରେହମାନୁଲ୍ଲା ଗୁରବାଜ, ଏମଏମ ଗଜନଫାର, ମୁଜିବୁର ରେହମାନ ଆଦି କ୍ଷତିର ସମ୍ମୁଖୀନ ହେବେ।
ଆହୁରି ପଢ଼ନ୍ତୁ: US withdraws some personnel: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପଦଧ୍ବନୀ: ଅଲ୍ ଉଦୈଦ୍ ବାୟୁସେନା ଘାଟିରୁ କର୍ମଚାରୀ ପ୍ରତ୍ୟାହାର ଆରମ୍ଭ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/15/afghan-2026-01-15-13-48-59.jpg)