ଜଦ୍ରାନଙ୍କ ଶତକ ବେକାର: ଆଫ୍‌ଗାନିସ୍ତାନ-ଶ୍ରୀଲଙ୍କା ଦିନିକିଆ ଶୃଙ୍ଖଳା ୧-୧ରେ ଶେ‌ଷ

Advertisment
ଜଦ୍ରାନଙ୍କ ଶତକ ବେକାର: ଆଫ୍‌ଗାନିସ୍ତାନ-ଶ୍ରୀଲଙ୍କା ଦିନିକିଆ ଶୃଙ୍ଖଳା ୧-୧ରେ ଶେ‌ଷ

ESPNcricinfo

ପାଲିକେଲ: ଆଫ୍‌ଗାନିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍‌କୁ ଶ୍ରୀଲଙ୍କା ଜିତିନେଇଛି। ପ୍ରଥମ ମ୍ୟାଚ୍‌କୁ ୬୦ ରନ୍‌ରେ ହାରିଥିଲା ‌ଶ୍ରୀଲଙ୍କା ଏବଂ ଦ୍ବିତୀୟ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ବୁଧବାର ‌ଶେଷ ଦିନିକିଆକୁ ୪ ୱିକେଟ୍‌ରେ ଜିତି ଶୃଙ୍ଖଳାକୁ ୧-୧ରେ ଶେଷ କରିପାରିଛି ଘରୋଇ ଦଳ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଆଫ୍‌ଗାନିସ୍ତାନ ଇବ୍ରାହିମ ଜଦ୍ରାନଙ୍କ କୀର୍ତ୍ତିମାନ ଭରା ଶତକ ବଳରେ ୮ ୱିକେଟ୍‌ ହରାଇ ୩୧୩ ରନ୍‌ କରିଥିଲା। ୫୭ ରନ୍‌ରେ ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା ଆଫ୍‌ଗାନିସ୍ତାନ।

ଜଦ୍ରାନ (୧୬୨ ରନ୍‌, ୧୩୮ ବଲ୍‌, ୧୫ ଚୌକା, ୪ ଛକା) ଓ ନଜିବଉଲ୍ଲା (୭୭ ରନ୍‌, ୭୬ ବଲ୍‌, ୮ ଚୌକା, ୨ ଛକା) ଚତୁର୍ଥ ୱିକେଟ୍‌ରେ ୧୫୪ ରନ୍‌ର ଭାଗୀଦାରି ଗଢ଼ି ଏହି ସଙ୍କଟରୁ ଉଦ୍ଧାର କରିଥିଲେ। ଅନ୍ୟପଟେ ୱିକେଟ୍‌ ଝଡ଼ୁଥିଲା ବେଳେ ଜଦ୍ରାନ ଦଳୀୟ ସ୍କୋର୍‌ ୩୦୦ ପାର୍‌ କରିଥିଲେ। ଏଥିସହ ୨୦ ବର୍ଷୀୟ ଜଦ୍ରାନ ନିଜ ଦେଶ ପକ୍ଷରୁ ସର୍ବୋଚ୍ଚ ବ୍ୟକ୍ତିଗତ ଦିନିକିଆ ସ୍କୋର୍‌ କରିବାର କୀର୍ତ୍ତିମାନ କରିଥିଲେ। ପୂର୍ବରୁ ଏହି କୀର୍ତ୍ତିମାନ ମହମ୍ମଦ ସେହଜାଦଙ୍କ (୧୩୧* ରନ୍‌)ଙ୍କ ନାମରେ ଥିଲା। ଜବାବରେ ଶ୍ରୀଲଙ୍କା ୨ ବଲ୍‌ ପୂର୍ବରୁ ୬ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଚରିତ ଅସଲଙ୍କା (୮୩*) ଓ କୁସାଲ ମେଣ୍ଡିସ (୬୭) ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ଦସୁନ ସଣକା (୪୩), ପଥୁମ ନିଶଙ୍କ (୩୫), ଦୀନେଶ ଚଣ୍ଡିମାଳ (୩୩) ଓ ଦୁନିଥ ୱେ‌ଲାଲାଗେ (୩୧*) ଉପଯୋଗୀ ପାଳି ଖେଳିଥିଲେ। ଅସଲଙ୍କା ମ୍ୟାଚ୍‌ ଏବଂ ଜଦ୍ରାନ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe