ଚାମ୍ପିଅନ୍ସ ଟ୍ରଫି: ବ୍ୟାଟିଂ କରୁଛି ଦକ୍ଷିଣ ଆଫ୍ରିକା, ଗୋଟାଏ ୱିକେଟ୍ ହରାଇ କଲାଣି ୧୦୪ରନ୍

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ମ୍ୟାଚ୍ ନମ୍ବର-୩ରେ ଆଜି ଦକ୍ଷିଣ ଆଫ୍ରିକା ସହ ମୁହାଁମୁହିଁ ହୋଇଛି ଆଫଗାନିସ୍ତାନ। ଏହି ମ୍ୟାଚ୍ କରାଚୀର ନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଉଛି।

tafganis

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ମ୍ୟାଚ୍ ନମ୍ବର-୩ରେ ଆଜି ଦକ୍ଷିଣ ଆଫ୍ରିକା ସହ ମୁହାଁମୁହିଁ ହୋଇଛି ଆଫଗାନିସ୍ତାନ। ଏହି ମ୍ୟାଚ୍ କରାଚୀର ନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଉଛି। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି। ଦକ୍ଷିଣ ଆଫ୍ରିକାର ସ୍କୋର ଦେଖିବାକୁ ଗଲେ ଏହି ଦଳ ମାତ୍ର ଗୋଟିଏ ୱିକେଟ୍ ହରାଇ ପ୍ରାୟ ୧୦୦ ରନ୍ ମାର୍କ ଅତିକ୍ରମ କଲାଣି। 

ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକତ୍ୱ କରୁଛନ୍ତି ଟେମ୍ବା ବାବୁମା।ଏହା ସହ ଆଫଗାନିସ୍ତାନ ଦଳର କମାଣ୍ଡ ହଶମତୁଲ୍ଲା ଶାହିଦିଙ୍କ କାନ୍ଧରେ ଅଛି।

ଆଫଗାନିସ୍ତାନର ପ୍ଲେଇଂ-୧୧: ରହମାନୁଲ୍ଲା ଗୁରବାଜ (ୱିକେଟକିପର), ଇବ୍ରାହିମ ଜାଦ୍ରାନ, ସେଦିକୁଲ୍ଲା ଅଟଲ, ରହମତ ଶାହ, ହଶମତୁଲ୍ଲା ଶାହିଦି (ଅଧିନାୟକ), ଅଜମତୁଲ୍ଲା ଉମରଜଇ, ଗୁଲବଦିନ ନାଇବ, ମହମ୍ମଦ ନବି, ଫଜଲହକ ଫାରୁକି, ରସିଦ ଖାନ, ନୁର ଅହମ୍ମଦ।

ଦକ୍ଷିଣ ଆଫ୍ରିକାର ପ୍ଲେଇଂ-୧୧: ଟେମ୍ବା ବାବୁମା (ଅଧିନାୟକ), ରୟାନ ରିକେଲଟନ (ୱିକେଟକିପର), ଟୋନି ଡି ଜୋରଜି, ରସି ବୈନ ଡର ଡୁସେନ, ଏଡେନ ମାର୍କରମ, ଡେଭିଡ ମିଲର, ବିୟାନ ମୁଲଡର, ମାର୍କୋ ଜାନସେନ, କେଶବ ମହାରାଜ, କଗିସୋ ରବାଡା, ଲୁଙ୍ଗି ଏନିଗଡି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe