ଟି-୨୦: ନାମିବ୍ୟାକୁ ୬୨ ରନ୍‌ରେ ପରାସ୍ତ କଲା ଆଫ୍‌ଗାନିସ୍ତାନ

Advertisment
ଟି-୨୦: ନାମିବ୍ୟାକୁ ୬୨ ରନ୍‌ରେ ପରାସ୍ତ କଲା ଆଫ୍‌ଗାନିସ୍ତାନ

Photo: Cricbuzz

ଆବୁଧାବି: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ୨୭ତମ ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ  ୬୨ ରନ୍‌ରେ ନାମିବ୍ୟାକୁ ପରାସ୍ତ କରିଛି। ଆବୁଧାବିର ଶେଖ୍‌ ଜାୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ଟସ୍‌ ଜଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ମହମ୍ମଦ ନବିଙ୍କ ନେତୃତ୍ୱରେ ଆଫ୍‌ଗାନିସ୍ତାନ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୧୬୦ ରନ୍‌ ସଂଗ୍ରହ କରିଥିଲା। ଫଳରେ ନାମିବ୍ୟାକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୬୧ ରନ୍‌ର ଲକ୍ଷ୍ୟ ମିଳିଥିଲା।

ନାମିବ୍ୟା ୨୦ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୯୮ ରନ୍‌ କରିଥିଲା। ଦଳ ପାଇଁ ଡାଭିଡ ଓ୍ଵାଇସ୍‌ ସର୍ବାଧିକ ୨୬ ରନ୍‌ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ନବୀନ ଉଲ୍‌ ହକ୍‌ ଓ ହମିଦ୍‌ ହାସନଙ୍କୁ ୩-୩ ଓ୍ଵିକେଟ୍‌ ମିଳିଥିଲା। ଗୁଲାବିନ ନବିଙ୍କୁ ୨ଟି ଓ୍ଵିକେଟ୍‌ ମିଳିଥିବା ବେଳେ ରସିଦ ଖାନ୍‌ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

ଆଫ୍‌ଗାନିସ୍ତାନ ପାଇଁ ହଜ୍‌ରତୁଲ୍ଲା ଜଜାଇ ଓ ମହମ୍ମଦ ଶହଜାଦ୍‌ ଇନିଂସ ଆରମ୍ଭ କରିଥିଲେ। ପ୍ରଥମ ଓ୍ଵିକେଟ ପାଇଁ ଉଭୟ ଖେଳାଳି ଭଲ ସ୍କୋର କରିଥିଲେ। ଟିମ୍‌ ୫୩ ରନ୍‌ରେ ହଜ୍‌ରତୁଲ୍ଲାଙ୍କୁ ହରାଇ ଥିଲା। ହଜ୍‌ରତୁଲ୍ଲା ବ୍ୟକ୍ତିଗତ ଭାବେ ୩୩ ରନ୍‌ କରିଥିଲେ। ସେ ୨୭ଟି ବଲ ଖେଳି ୪ଟି ଚୌକା ଓ ୨ଟି ଛକା ସାହାଯ୍ୟରେ ଏହି ରନ୍‌ ଯୋଡ଼ିଥିଲେ। ସେ ଆଉଟ୍‌ ହୋଇଯିବା ପରେ ରହମ୍ମୁଲା ଗୁରବାଜ୍‌ (୪ ରନ୍‌) ପଡ଼ିଆକୁ ପ୍ରବେଶ କରିଥିଲେ। ମାତ୍ର ରହମ୍ମୁଲା ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜରେ ରହିପାରି ନଥିଲେ।

ମହମ୍ମଦ ଶହଜାଦ୍‌ ଆଫଗାନିସ୍ତାନ ପାଇଁ ସର୍ବାଧିକ ୪୫ ରନ୍‌ ଯୋଡ଼ିଥିଲେ। ସେ ୩୩ଟି ବଲ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଦଳ ପାଇଁ ଅସ୍‌ଗର ଆଫ୍‌ଗାନ୍‌ ୨୩ଟି ବଲ ଖେଳି ୩ଟି ଚୌକା ଓ ଗୋଟିଏ ଛକା ବଳରେ ୩୧ ରନ୍‌ ସଂଗ୍ରହ କରିଥିବା ବେଳେ ମହମ୍ମଦ ନବି ଅପରାଜିତ ୩୨ ରନ୍‌ କରିଥିଲେ। ନବି ୧୭ଟି ବଲ ଖେଳି ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ନାମିବ୍ୟା ତରଫରୁ ରୁବେନ୍‌ ଟ୍ରମ୍‌ପେଲ୍‌ମ୍ୟାନ୍‌ ଓ ଜାନ୍‌ ନିକୋଲ୍‌ ଲଫ୍‌ଟିଲ-ଇଏଟନ୍‌ଙ୍କୁ ୨-୨ ଓ୍ଵିକେଟ୍‌ ମିଳିଥିଲା। ସେହିପରି ଜେଜେ ସ୍ମିଥ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe