ପାକିସ୍ତାନକୁ ଆଶା ଦେଲେ ଆଫ୍ରିଦି

ସାହିନ୍ ସାହା ଆଫ୍ରିଦିଙ୍କ ଘାତକ ଓପନିଂ ସ୍ପେଲ୍‌ ବଳରେ ପାକିସ୍ତାନର ଏସିଆ କପ୍ ଆଶା ଉଜ୍ଜୀବିତ ହୋଇଛି। ମଙ୍ଗଳବାର ଶ୍ରୀଲଙ୍କା ଏହି ଜର୍ଜରିତ ଦଳ ସମ୍ମୁଖରେ ମାତ୍ର ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି।

afrid

ଆବୁଧାବି: ସାହିନ୍ ସାହା ଆଫ୍ରିଦିଙ୍କ ଘାତକ ଓପନିଂ ସ୍ପେଲ୍‌ ବଳରେ ପାକିସ୍ତାନର ଏସିଆ କପ୍ ଆଶା ଉଜ୍ଜୀବିତ ହୋଇଛି। ମଙ୍ଗଳବାର ଶ୍ରୀଲଙ୍କା ଏହି ଜର୍ଜରିତ ଦଳ ସମ୍ମୁଖରେ ମାତ୍ର ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଟସ୍ ଜିତି ପ୍ରଥମେ ଫିଲ୍ଡି ପାଇଁ ନିଷ୍ପତ୍ତି‌ ନେଇଥିବା ପାକିସ୍ତାନକୁ ଆଫ୍ରିଦି ନିଜ ପ୍ରଥମ ଦୁଇ ଓଭରରେ ୨ ୱିକେଟ୍‌ ଦେଇ ପ୍ରାଧାନ୍ୟ ବିସ୍ତାର କରିଥିଲେ। ପାଳିର ଦ୍ବିତୀୟ ବଲ୍‌ରେ କୁସାଲ ମେଣ୍ଡିସ୍‌ ଖାତା ଖୋଲିପାରି ନଥିବାବେଳେ ଅନ୍ୟତମ ଓପନର୍ ପଥୁମ ନିଶଙ୍କା (୮)ଙ୍କୁ କଟ୍ ବିହାଇଣ୍ଡ୍ କରାଇ ନେଇଥିଲେ ଏହି ଅଭିଜ୍ଞ ବାମହାତୀ ବୋଲର।

ପାୱାର ପ୍ଲେ ଶେଷ ନ ହେଉଣୁ କୁସାଲ ପେରେରାଙ୍କୁ ବି ହାରିସ ରୌଫ ପ୍ୟାଭିଲିଅନ୍ ଫେରାଇ ଦେଇଥିଲେ। ତିନି ୱିକେଟ୍ ହରାଇବା ସତ୍ତ୍ବେ ଶ୍ରୀଲଙ୍କା ପାୱାର ପ୍ଲେ ୬ ଓଭର ସୁଦ୍ଧା ୫୩ ରନ୍ ସଂଗ୍ରହ କରି ନେଇଥିଲା। ମଧ୍ୟଓଭର ଗୁଡ଼ିକରେ ଅବ୍ରାର ଅହମ୍ମଦଙ୍କ ମିତବ୍ୟୟୀ ବୋଲିଂ (୪-୦-୮-୧) ଏବଂ ହୁସେନ୍ ତଲତ (୩-୦-୧୮-୨) ପ୍ରଭାବୀ ପ୍ରଦର୍ଶନ ଶ୍ରୀଲଙ୍କାକୁ ସୁଯୋଗ ଦେଇ ନଥିଲା। ତଥାପି କାମିନ୍ଦୁ ମେଣ୍ଡିସ୍ (୪୪ ବଲ୍‌ରୁ ୫୦ ରନ୍) ଅର୍ଦ୍ଧଶତକ ହାସଲ କରିବାରୁ ଶ୍ରୀଲଙ୍କା ୧୩୩ ରନ୍‌ କରିପାରିଥିଲା। ଅଧିନାୟକ ଚରିତ ଅସଲଙ୍କା (୧୯ ବଲ୍‌ରୁ ୨୦ ରନ୍) ଓ ଚାମିକା କରୁଣାରତ୍ନେ (୨୧ ବଲ୍‌ରୁ ୧୭* ରନ୍) ସଂଘର୍ଷ କରିବା ଶ୍ରୀଲଙ୍କାକୁ ବଡ଼ ସ୍କୋର୍‌ ଦେଇପାରି ନଥିଲା। ସାହିନ୍‌ ଆଫ୍ରିଦି (୪-୦-୨୮-୩) ସଫଳତମ ବୋଲର ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe