ଯନ୍ତ୍ରଣା ଲାଘବ ପାଇଁ ଥଟ୍ଟାମଜାରେ ମାତିଥିଲେ, ୨୦୦୬ ଲାହୋର ଟେଷ୍ଟ୍‌ ସ୍ମୃତି ରୋମନ୍ଥନ କଲେ ଆଫ୍ରିଦୀ

Advertisment
ଯନ୍ତ୍ରଣା ଲାଘବ ପାଇଁ ଥଟ୍ଟାମଜାରେ ମାତିଥିଲେ, ୨୦୦୬ ଲାହୋର ଟେଷ୍ଟ୍‌ ସ୍ମୃତି ରୋମନ୍ଥନ କଲେ ଆଫ୍ରିଦୀ

କରାଚି: ପାକିସ୍ତାନ କ୍ରିକେଟ୍‌ ଦଳର ଅଲ୍‌ରାଉଣ୍ଡର ସାହିଦ୍‌ ଆଫ୍ରିଦି ୨୦୦୬ରେ ଭାରତ ବିପକ୍ଷ ଲାହୋର ଟେଷ୍ଟ୍‌ ବେଳର କେ‌ତୋଟି ଘଟଣା ଉପରେ ସ୍ମୃତି ରୋମନ୍ଥନ କରିଛନ୍ତି। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମଧ୍ୟରେ ଖେଳାଯାଇଥିବା ଏହି ଟେଷ୍ଟ୍‌ରେ ସେତେବେଳର ଘରୋଇ ଦଳର ଅଧିନାୟକ ଥିଲେ ଆଫ୍ରିଦି। ସେ ନି‌ଜେ ମଧ୍ୟ ପ୍ରଥମ ପାଳିରେ ଆକର୍ଷଣୀୟ ଶତକ ହାସଲ କରିଥିଲେ। ବିସ୍ଫୋରକ ବ୍ୟାଟିଂ କରି ୮୧ ବଲ୍‌ରୁ ୧୦୨ ରନ୍‌ କରିଥିଲେ। ତେବେ ସେହି ଟେଷ୍ଟ୍‌ ବେଳେ ବୋଲରଙ୍କ ଯନ୍ତ୍ରଣା ଲାଘବ କରିବା ପାଇଁ ବୋଲରମାନେ ପରସ୍ପର ମଧ୍ୟରେ ଥଟ୍ଟାମଜାରେ ମାତିଥିଲେ ବୋଲି ଆଫ୍ରିଦି କହିଛନ୍ତି।publive-image

ଏହା ପୂର୍ବରୁ କାର୍ଗିଲ ଯୁଦ୍ଧ ଯୋଗୁଁ ବହୁ ବର୍ଷ ବ୍ୟବଧାନ ପରେ ସେତେବେଳେ ଭାରତୀୟ ଦଳ ୨୦୦୪ରେ ଏକ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଥିଲା। ସେହି ଶୃଙ୍ଖଳାରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ ବୀରେନ୍ଦ୍ର ସେହବାଗ୍‌ ଓ ରାହୁଲ ଦ୍ରାବିଡ୍‌। ତାଙ୍କ ପ୍ରଦର୍ଶନ ବଳରେ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୨-୧ରେ ଜିତି ନେଇଥିଲା। ଏହାର ଦୁଇ ବର୍ଷ ପରେ ଆଉ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିବାକୁ ପାକିସ୍ତାନ ଗସ୍ତରେ ଆସିଥିଲା ଭାରତ। ସେତେବେଳେ ଭାରତୀୟ ଦଳର ନେତୃତ୍ବ ଭାର ନେଇଥାନ୍ତି ଦ୍ରାବିଡ୍‌। ତେଣୁ ଅନାୟାସରେ ସଚିନ୍ ତେନ୍ଦୁଲକର, ସେହବାଗ୍‌ ଓ ଦ୍ରାବିଡ୍‌ ହିଁ ଭାରତୀୟ ବ୍ୟାଟିଂ ଲାଇନ୍‌ ଅପ୍‌ର କେନ୍ଦ୍ରସ୍ଥଳରେ ରହିଥାନ୍ତି। ଲାହୋରରେ ପ୍ରଥମ ଟେଷ୍ଟ୍‌ ଖେଳାଯାଇଥିଲା। ଦ୍ରାବିଡ୍‌ ଓ ସେହବାଗ୍‌ ପୂର୍ବ ଗସ୍ତ ପରି ଏଥର ମଧ୍ୟ ଆମକୁ ନାକେଦମ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍‌ରେ ୪୧୦ ରନ୍‌ର ବୃହତ୍‌ ଭାଗୀଦାରି ଗଢ଼ିଥିଲେ। ଯାହାକି ବିନୁ ମଙ୍କଡ଼ ଓ ପଙ୍କଜ ରାୟଙ୍କ କୀର୍ତ୍ତିମାନ ଭରା ଭାଗୀଦାରି ସ୍କୋର୍‌ଠୁ ୩ ରନ୍‌ ପଛରେ ରହିଯାଇଥିଲା। ଲାହୋର ଟେଷ୍ଟ୍‌ ଏଭଳି ଏକ ମ୍ୟାଚ୍‌ ଥିଲା ଯେଉଥିରେ କି ୧୨ ଜଣ ବ୍ୟାଟ୍‌ସମ୍ୟାନ୍‌ ଅତିକମ୍‌ରେ ଗୋଟିଏ ଲେଖାଏଁ ବଲ୍‌ର ସାମ୍‌ନା କରିଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ (ପାକିସ୍ତାନର ୪ ଓ ଭାରତର ୨) ଶତକ ଜମାଇଥିଲେ। ସେହବାଗ୍‌ ୨୪୭ ବଲ୍‌ରୁ ୨୫୪ ରନ୍‌ କରିଥିଲେ ଯାହାକି ସର୍ବାଧିକ ସ୍କୋରର୍‌ ରହିଥିଲେ। ତାହା ମଧ୍ୟ ସେହବାଗ୍‌ଙ୍କର ପାକିସ୍ତାନ ବିପକ୍ଷରେ ବ୍ୟକ୍ତିଗତ ଦ୍ବିତୀୟ ଟେଷ୍ଟ୍‌ ଦ୍ବିଶତକ ଥିଲା। ଏହାର ୨ ବର୍ଷ ପୂର୍ବରୁ ମୁଲ୍‌ତାନ ଟେଷ୍ଟ୍‌ରେ ସେ ୩୦୯ ରନ୍‌ କରି କୀର୍ତ୍ତିମାନ ରଚିଥିଲେ। ଲାହୋର ଟେଷ୍ଟ୍‌ରେ ସେହବାଗ୍‌ଙ୍କ ସେହି ରନ୍‌ ଭୋଜିକୁ ମନେପକାଇ ନିଜେ ମଧ୍ୟ ଶତକ ହାସଲ କରିଥିବା ଆଫ୍ରିଦି କହିଥିଲେ, ବୋଲରମାନଙ୍କ ଯନ୍ତ୍ରଣା ଲାଘବ କରିବା ପାଇଁ ଆମେ ଥଟ୍ଟାମଜାରେ ମାତିଥିଲୁ। ‌ସୋଏବ୍‌ ଅଖ୍‌ତରଙ୍କ ସହ ତାଙ୍କର ଏକ ଫଟୋଗ୍ରାଫ୍‌କୁ ଟ୍ବିଟରରେ ସେୟାର କରିଥିବା ପାକିସ୍ତାନ କ୍ରିକେଟ୍‌ ବୋର୍ଡକୁ ଆଫ୍ରିଦି ଉତ୍ତର ଦେଇଥିଲେ। ମହାନ୍‌ ସ୍ମୃତି। ୨୦୦୬ ଭାରତ ବିପକ୍ଷ ଲାହୋର ଟେଷ୍ଟରେ ଶତକ ମୋର ଅନ୍ୟତମ ଶ୍ରେଷ୍ଠ ପସନ୍ଦର ପାଳି ବୋଲି ବିଶ୍ବାସ କରୁଥିବା କହିଥିଲେ ଆଫ୍ରିଦି। ସୋଏବ୍‌ ମଧ୍ୟ ସବୁବ‌େଳେ ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ ଘାତକ ରହୁଥିଲେ। ହେଲେ ଲାହୋର ଟେଷ୍ଟ୍‌ ପିଚ୍‌ ସେତେବେଳେ ଅତ୍ୟନ୍ତ ଫ୍ଲାଟ୍‌ ଥିଲା। ଯେଉଁଥିରେ କି ବୋଲରଙ୍କୁ କୌଣସି ସହାୟତା ମିଳିନଥିଲା। ବ୍ୟାଟ୍‌ସମ୍ୟାନ୍‌ ପ୍ରହାର କରୁଥିଲେ ଏବଂ ବୋଲରଙ୍କୁ ବହୁ ଓଭର ବୋଲିଂ କରିବାକୁ ପଡୁଥିଲା। ଫଳରେ ବେଲରମାନେ ମଧ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ। ତେଣୁ ଯନ୍ତ୍ରଣା ଲାଘବ ପାଇଁ ବୋଲରମାନେ ଥଟ୍ଟାମଜାରେ ମାତୁଥିଲେ ବୋଲି ଆଫ୍ରିଦି ତାଙ୍କ ସ୍ମୃତିକୁ ଟ୍ବିଟ୍‌ କରିଛନ୍ତି।

ସେହି ‌ଟେଷ୍ଟ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୬୭୯/୭ରେ ପ୍ରଥମ ପାଳି ଘୋଷଣା କରିଥିଲା। ୟୁନିସ୍‌ ଖାନ୍‌ (୧୯୯) ମାତ୍ର ୧ ରନ୍‌ ପାଇଁ ଦ୍ବିଶତକରୁ ବଞ୍ଚିତ ହୋଇଥିଲା ବେଳେ ମହମ୍ମଦ ୟୁସୁଫ୍‌ (୧୭୩), କମ୍ରାନ୍‌ ଆକ୍‌ମଲ (୧୦୩) ଓ ଆଫ୍ରିଦି (୧୦୨) ଶତକ ଜମାଇଥିଲେ। ଜବାବରେ ଭାରତ ପ୍ରଥମ ପାଳିକୁ ୪୧୦/୧ରେ ଘୋଷଣା କରିଥିଲା। ସେହବାଗ୍ (୨୫୪) ଦ୍ବିଶତକ ଏବଂ ରାହୁଲ ଦ୍ରାବିଡ୍‌ (୧୨୮) ଶତକ ହାସଲ କରିଥିଲେ। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଏହି ଦୁଇ ଜଣ ପାକିସ୍ତାନୀ ବୋଲିଂ ଲାଇନ୍‌ ଅପ୍‌କୁ ବିଗାଡ଼ି ଦେଇଥିଲେ। ତେବେ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଥିଲା। ହେଲେ କରାଚି‌ରେ ତୃତୀୟ ତଥା ଶେଷ ଟେଷ୍ଟ୍‌ ଜିତି ପାକିସ୍ତାନ ୧-୦ରେ ଶୃଙ୍ଖଳା ହାତେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe