ସ୍ବାର୍ଥ ପାଇଁ ଆଫ୍ରିଦି ଅନେକଙ୍କ ଖେଳ ଜୀବନ ନଷ୍ଟ କରିଛନ୍ତି: ଫରହତ

Advertisment
ସ୍ବାର୍ଥ ପାଇଁ ଆଫ୍ରିଦି ଅନେକଙ୍କ ଖେଳ ଜୀବନ ନଷ୍ଟ କରିଛନ୍ତି: ଫରହତ

ଲାହୋର: ନିଜ ଆତ୍ମଜୀବନୀ ‘ଗେମ୍ ଚେଞ୍ଜର’ ପାଇଁ ବିବାଦ ଘେରରେ ଥିବା ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦିଙ୍କୁ ସାଥୀ ଖେଳାଳି ଇମ୍ରାନ ଫରହତ ମଙ୍ଗଳବାର ତୀବ୍ର ସମାଲୋଚନା କରିଛନ୍ତି। ଆଫ୍ରିଦି ବହୁତ ସ୍ବାର୍ଥପର। ନିଜ ସ୍ବାର୍ଥ ପାଇଁ ସେ ଅନେକ ଖେଳାଳିଙ୍କ ଖେଳଜୀବନକୁ ନଷ୍ଟ କରିଛନ୍ତି ବୋଲି ଫରହତ ଅଭିଯୋଗ କରିଛନ୍ତି। ସେ ଟ୍ବିଟ୍ କରିଛନ୍ତି ଯେ ଆଫ୍ରିଦିଙ୍କ ପୁସ୍ତକର ବିଷୟ ବସ୍ତୁକୁ ଶୁଣି ଓ ପଢ଼ି ମୁଁ ଲଜ୍ଜିତ। ସେ ଏମିତି ଜଣେ ବ୍ୟକ୍ତି, ଯିଏ ନିଜ ବୟସକୁ ନେଇ ୨୦ ବର୍ଷ ଧରି ମିଛ କହି ଆସୁଥିଲେ। ଏବେ ପଦାକୁ ଆସି ଆମ କିମ୍ବଦନ୍ତୀଙ୍କୁ ଲଜ୍ଜିତ କରୁଛନ୍ତି। ଏହି ଭଣ୍ଡ ବାବାଜୀଙ୍କ ବିଷୟରେ ମୁଁ ଅନେକ କିଛି ଜାଣିଛି। ରାଜନେତା ହେବାକୁ ସେ ପୂରା ଫିଟ୍ । ସୂଚନାଯୋଗ୍ୟ ଯେ ଗେମ୍ ଚେଞ୍ଜରରେ ଆଫ୍ରିଦି ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କ ସହ ପାକିସ୍ତାନର କିମ୍ବଦନ୍ତୀ ତାରକା ଜାଦେଦ ମିଆଁଦାଦ ଓ ୱାକର ୟୁନିସଙ୍କ ଭଳି ଖେଳାଳିଙ୍କୁ ନେଇ ଅନେକ ବିବାଦୀୟ କଥା ଲେଖିଛନ୍ତି। ଗମ୍ଭୀର ତାଙ୍କୁ ଏଥିଲାଗି ମନୋଚିକିତ୍ସକଙ୍କ ପାଖକୁ ଯିବାକୁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ଆଫ୍ରିଦି ଆଣିଥିବା ଅଭିଯୋଗକୁ ମିଆଁଦାଦ ହସରେ ଉଡ଼ାଇ ଦେଇଥିଲେ। ୟୁନିସ୍ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି। ସେପଟେ ଆଫ୍ରିଦିଙ୍କ ଆତ୍ମଜୀବନୀକୁ ଅଧିକ ପ୍ରକାଶନରୁ ରୋକିବା ଲାଗି ପାକିସ୍ତାନର ଏକ ଅଦାଲତରେ ମାମଲା ଦାୟର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe