ଆଫ୍ରିଦିଙ୍କୁ ପଞ୍ଚମ କନ୍ୟା ସନ୍ତାନ

ଆଫ୍ରିଦିଙ୍କୁ ପଞ୍ଚମ କନ୍ୟା ସନ୍ତାନ

Times Now

କରାଚୀ: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଖ୍ୟାତନାମା ଅଲ୍‌ରାଉଣ୍ଡର୍‌ ସାହିଦି ଆଫ୍ରିଦିଙ୍କୁ ଶନିବାର ପଞ୍ଚମ କନ୍ୟା ସନ୍ତାନ ମିଳିଛି। ପୂର୍ବରୁ ୪ଟି କନ୍ୟା ସନ୍ତାନର ପିତା ହୋଇସାରିଥିବା ଆଫ୍ରିଦି ଶନିବାର ଟ୍ବିଟ୍‌ କରି ଏହି ଶୁଭ ଖବର ଦେଇଛନ୍ତି। ୪ ଏବେ ୫ ହୋଇଗଲା ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ନବଜାତ କନ୍ୟା ଏବଂ ପରିବାର ସଦସ୍ୟଙ୍କ ସହିତ ଫଟୋକୁ ଟ୍ବିଟ୍ କରି ଆଫ୍ରିଦି ଲେଖିଛନ୍ତି ‘ମୋ ଉପରେ ସର୍ବଶକ୍ତିମାନଙ୍କ ଅଜସ୍ର ଆଶୀର୍ବାଦ ଓ ଦୟା ରହିଛି’। ଏବେ ଆପଣମାନେ ପଞ୍ଚମ କନ୍ୟାର ନାମକୁ ଇଂରାଜୀ ଅକ୍ଷର ‘A’ ଆରମ୍ଭ ରଖି ପଠାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି। ମନୋନୀତ ନାମଟିର ପ୍ରେରକକୁ ପୁରସ୍କାର ମିଳିବ ବୋଲି ମଧ୍ୟ ଆଫ୍ରିଦି ପ୍ରକାଶ କରିଛନ୍ତି। ଆଫ୍ରିଦି ନିକଟରେ କହିଥିଲେ ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ରାଜନୀତିକୁ ପଛରେ ପକାଇ ଦ୍ବିପାକ୍ଷିକ ଶୃଙ୍ଖଳା ଆରମ୍ଭ କରିବା କଥା। ଏହା ସମ୍ଭବ ହେଲେ ଇଂଲଣ୍ଡ-ଅଷ୍ଟ୍ରେଲିଆ ଆସେସ୍‌ ଶୃଙ୍ଖଳାଠାରୁ ବି ବଡ଼ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe