୩୯ ପରେ ବ୍ରିଟେନ୍‌ ପାଇଁ ସଫଳତା ଆଣିଲେ ସାଲିସବରି, କ୍ରାସିକ୍‌ଙ୍କ ସହ ଜିତିଲେ ମିଶ୍ରିତ ଯୁଗଳ ଟ୍ରଫି

Advertisment
୩୯ ପରେ  ବ୍ରିଟେନ୍‌ ପାଇଁ ସଫଳତା ଆଣିଲେ ସାଲିସବରି, କ୍ରାସିକ୍‌ଙ୍କ ସହ ଜିତିଲେ ମିଶ୍ରିତ ଯୁଗଳ ଟ୍ରଫି

Hindustan Times

ପ୍ୟାରିସ: ଫ୍ରେଞ୍ଚ୍‌ ଓପନ୍‌ରେ ସଫଳତା ଲାଗି ବ୍ରିଟେନ୍‌ର ୩୯ ବର୍ଷ ଅପେକ୍ଷାର ଅନ୍ତ ଘଟାଇଛନ୍ତି ଜୋ ସାଲିସବ‌ରି। ଗୁରୁବାର ସାଲିସବରି ଏବଂ ତାଙ୍କ ଆମେରିକୀୟ ‌ସାଥୀ ଡେସାରି କ୍ରାସିକ ରୋଲାଁ ଗାରୋସରେ ମିଶ୍ରିତ ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ଫିଲିଫ ଚାଟ୍ରିୟର କୋର୍ଟରେ ଖେଳାଯାଇଥିବା ଫାଇନାଲ୍‌ରେ ଏହି ବ୍ରିଟେନ୍‌-ଆମେରିକା ଯୋଡ଼ି ୨-୬, ୬-୪ (୧୦-୫) ସେଟ୍‌ରେ ରୁଷୀୟ ଯୋଡ଼ି ଏଲିନା ଭେସନିନା ଓ ଆସ୍‌ଲାନ କାରାସେଭଙ୍କୁ ପରାସ୍ତ କରିଥିଲେ। ପ୍ରଥମ ସେଟ୍‌‌କୁ ରୁଷୀୟ ଯୋଡ଼ି ଜିତିଥିଲା ବେଳେ ଦ୍ବିତୀୟକୁ ବ୍ରିଟେନ-ଆମେରିକା ‌ଯୋଡ଼ି ଜିତି ସ୍ଥିତି ସମାନ କରିଥିଲେ। ତେଣୁ ଫଳାଫଳ ଲାଗି ଟାଇବ୍ରେକର୍‌ର ସହାୟତା ନିଆଯାଇଥିଲା। ଏଥିରେ ସାଲିସବରି ଓ କ୍ରାସିକ ଜିତି ଟ୍ରଫି ନିଜ ନାମରେ କରିଥିଲେ। କ୍ଲେ କୋର୍ଟରେ ବ୍ରିଟେନ୍‌କୁ ଶେଷ ଥର ଲାଗି ୧୯୮୨ରେ ଟ୍ରଫି ସଫଳତା ମିଳିଥିଲା। ଏହା ବି ମିଶ୍ରିତ ଯୁଗଳରୁ ଆସିଥିଲା। ଅଷ୍ଟ୍ରେଲିଆର ୱେଣ୍ଡି ଟର୍ନବୁଲଙ୍କୁ ସାଥୀ କରି ବ୍ରିଟେନ୍‌ର ଜନ୍‌ ଲୟର୍ଡ ଏହି ଟ୍ରଫି ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe