ଏସୀୟ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌ ସ୍ୱର୍ଣ୍ଣିମ ଲକ୍ଷ୍ୟ

Advertisment

୫୩ ବର୍ଷ ପରେ ଭାରତକୁ ପୁରୁଷ ଏକକ ସ୍ୱର୍ଣ୍ଣ

୫୩ ବର୍ଷ ପରେ ଭାରତକୁ ପୁରୁଷ ଏକକ ସ୍ୱର୍ଣ୍ଣ

ଏସୀୟ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌ ସ୍ୱର୍ଣ୍ଣିମ ଲକ୍ଷ୍ୟ

ନୂଆଦିଲ୍ଲୀ: ଭାରତୀୟ ଉଦୀୟମାନ ତାରକା ଲକ୍ଷ୍ୟ ସେନ୍‌ ଏସୀୟ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି। ରବିବାର ଫାଇନାଲ୍‌ରେ ଗତଥର ଏଠାରେ କାଂସ୍ୟ ଜିତିଥିବା ଷଷ୍ଠ ମାନ୍ୟତା ଲକ୍ଷ୍ୟ ୪୬ ମିନିଟ୍‌ ସମୟ ନେଇ ୨୧-୧୯, ୨୧-୧୮ରେ ବିଶ୍ୱ ବିଜେତା ଥାଇଲାଣ୍ଡ୍‌ର କୁନ୍‌ଲାଭୁତ ଭିତିଦସର୍ନଙ୍କୁ ପରାସ୍ତ କରିଥିଲେ। ତାଙ୍କର ଏହି ବିଜୟ ୫୩ ବର୍ଷ ପରେ ଭାରତକୁ ଦେଇଥିଲା ପୁରୁଷ ଏକକରେ ସ୍ୱର୍ଣ୍ଣ। ୧୯୬୫ରେ ଶେଷ ଥର ଲାଗି ଗୌତମ ଠକ୍କର ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାପରେ ଆଉ କୌଣସି ଭାରତୀୟ ଏସୀୟ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌ର ପୁରୁଷ ଏକକରେ ସ୍ୱର୍ଣ୍ଣ ପଦକ ଜିତି ପାରି ନଥିଲେ। ମହିଳା ଏକକରେ ପିଭି ସିନ୍ଧୁ ୨୦୧୨ରେ ସ୍ୱର୍ଣ୍ଣ ଏବଂ ୨୦୧୧ରେ କାଂସ୍ୟ ଜିତିଥିଲା ବେଳେ ପୁରୁଷ ଏକକରେ ସମୀର ବର୍ମା ରୌପ୍ୟ (୨୦୧୧) ଏବଂ କାଂସ୍ୟ (୨୦୧୨) ଜିତିଥିଲେ। ପ୍ରଣବ ଜେରି ଚୋପ୍ରା ଓ ପ୍ରଜକ୍ତା ସାଓ୍ଵନ୍ତ ଯୋଡ଼ି ୨୦୦୯ରେ ଭାରତ ପାଇଁ କାଂସ୍ୟ ପଦକ ଜିତିଥିଲେ। ଲକ୍ଷ୍ୟ କ୍ୱାର୍ଟର୍‌ ଫାଇନାଲ୍‌ରେ ଦ୍ୱିତୀୟ ମାନ୍ୟତା ଚୀନ୍‌ର ଲି ସିଫେଙ୍ଗ୍‌ଙ୍କୁ ଏବଂ ସେମିଫାଇନାଲ୍‌ରେ ଚତୁର୍ଥ ମାନ୍ୟତା ଇଣ୍ଡୋନେସିଆର ଇଖ୍‌ସାନ୍‌ ଲିଓନାର୍ଡେର ଇମାନୁଏଲ୍‌ ରୁମ୍ବେଙ୍କୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲେ।

୧୦ ଲକ୍ଷ ପୁରସ୍କାର
ଐତିହାସିକ ସଫଳତା ହାସଲ କରିବା ପାଇଁ ଲକ୍ଷ୍ୟ ସେନ୍‌ଙ୍କ ପାଇଁ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ସଂଘ ରବିବାର ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଏଥି ସହିତ ଲକ୍ଷ୍ୟଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe