Advertisment

ଲଢ଼େଇ ପରେ ମୁଷ୍ଟିଯୋଦ୍ଧାଙ୍କ ମୃତ୍ୟୁ

Advertisment

ନୂଆଦିଲ୍ଲୀ: ଆମେରିକାରେ ଆୟୋଜିତ ଏକ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଆହତ ହୋଇଥିବା ରୁଷୀୟ ମୁଷ୍ଟିଯୋଦ୍ଧା ମାକ୍ସିମ୍ ଦାଦାସେଭଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ଗତ ସପ୍ତାହରେ ୨୮ ବର୍ଷୀୟ ଦାଦାସେଭ ତାଙ୍କ ପ୍ରତିଦ୍ବନ୍ଦ୍ବୀ ସୁବ୍ରିଏଲ୍‌ ମାତିଆସ୍‌ଙ୍କ ବିପକ୍ଷରେ ଲଢ଼ୁଥିବା ବେଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ମଙ୍ଗଳବାର ମୃତ୍ୟୁ ଘଟିଥିଲା। ଏହା ବଡ଼ ଦୁଃଖଦ ଘଟଣା, କିଛି କହିବାକୁ ଭାଷା ଆସୁନି ବୋଲି କହିଛନ୍ତି ରୁଷୀୟ ମୁଷ୍ଟିଯୁଦ୍ଧ ମହାସଂଘର ସଭାପତି ଉମାର ‌କ୍ରେମଲେଭ। ଏହି ଅକାଳ ମୃତ୍ୟୁରେ ରୁଷୀୟ ମୁଷ୍ଟିଯୁଦ୍ଧ ମହାସଂଘ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe