ସରକାର ଗଠନ ପରେ ପାକିସ୍ତାନ ଭିସା ଆଲୋଚନା

Advertisment
ସରକାର ଗଠନ ପରେ ପାକିସ୍ତାନ ଭିସା ଆଲୋଚନା

ନୂଆଦିଲ୍ଲୀ: ଭାରତୀୟ ଭିସା ପାଇବା ନେଇ ବିଭିନ୍ନ ସମୟରେ ପାକିସ୍ତାନ କ୍ରୀଡ଼ାବିତ୍‌ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଭଳି ସରଳରେ ପାକିସ୍ତାନ ଖେଳାଳିମାନେ ଭିସା ପାଇ‌ପାରିବେ ‌ନିର୍ବାଚନ ପରେ ଗଠିତ ନୂଆ ସରକାର ସହ ଆଲୋଚନା କରାଯିବ ବୋଲି ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ)ର ମହାସଚିବ ରାଜୀବ ମେହତା କହିଛନ୍ତି। ଗୁରୁବାରଠୁ ନୂଆଦିଲ୍ଲୀଠାରେ ଖୋଖୋ ଲିଗ୍‌ ଆରମ୍ଭ ‌ହୋଇଛି। ଏହି ପ୍ରତିଯୋଗିତାରେ ବହୁ ପାକିସ୍ତାନ ଖେଳାଳି ଭାଗନେବାକୁ ଇଛା ପ୍ରକାଶ କରିଥିଲେ ମଧ୍ୟ ଭିସା ସମସ୍ୟା ପାଇଁ ଯୋଗ ଦେଇ ପାରିନଥିଲେ। ସେହିପରି ବନ୍ଧୁକ ଚାଳନା ବିଶ୍ବକପ୍‌ ଲାଗି ଦୁଇ ଜଣ ପାକିସ୍ତାନ ଖେଳାଳିଙ୍କୁ ଭିସା ମିଳି ନଥିଲା। ଫଳରେ ଏହି ବିଶ୍ବକପ୍‌ରେ ଥିବା ଅଲିମ୍ପିକ୍‌ ଟିକେଟ୍‌କୁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ ସମିତି ଫେରାଇ ନେଇଥିଲା। ଯଦି ଏଭଳି ଭିସା ସମସ୍ୟା ଲାଗି ରହେ ତେବେ ଭାରତକୁ ଅଲିମ୍ପିକ୍‌ ଖେଳ ଆୟୋଜନ କରିବାରେ ବାସନ୍ଦ ହେବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe