ମୁମ୍ବାଇ: ୫୨ ବର୍ଷର ମହିଳା କ୍ରିକେଟ୍ ବିଶ୍ବକପ୍‌ ଇତିହାସରେ ଯାହା ହୋଇ ନଥିଲା ରବିବାର ରାତିରେ ତାହା ସମ୍ଭବ ହୋଇଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍‌ ଜିତି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇଛି। ଏଥି ସହ ୧୯୮୩ ମସିହାରେ କପିଳ ଦେବଙ୍କ ପୁରୁଷ କ୍ରିକେଟ୍ ଦଳର ଐତିହାସିକ ବିଶ୍ବକପ୍‌ ଭଳି ଭାରତୀୟ ମହିଳା ଦଳ ବିଶ୍ବ ମୁକୁଟ ଜିତି ନୂଆ ଫର୍ଦ ଯୋଡ଼ିଛି। ମହିଳା କ୍ରିକେଟ୍‌ରେ ବି ଭାରତ ପାଇଁ ଏକ ବୈପ୍ଲବିକ ପରିବର୍ତ୍ତନ ଯୁଗର ଶୁଭାରମ୍ଭ ହୋଇଛି। ୨୦୦୫ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ଏବଂ ୨୦୧୭ ଫାଇନାଲ୍‌ରେ ଇଂଲଣ୍ଡଠାରୁ ହାରି ରନର୍ସଅପ୍‌ ହୋଇଥିବା ଭାରତୀୟ ଦଳ ତୃତୀୟ ଥର ଫାଇନାଲ୍ ଖେଳି ପ୍ରଥମ ଥର ବିଶ୍ବ ବିଜେତା ହୋଇଛି। ନବି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ରବିବାର ରାତିରେ ଭାରତୀୟ ମହିଳା ଦଳ ରୋମାଞ୍ଚକ ଭାବେ ପ୍ରଥମ ଥର ଫାଇନାଲିଷ୍ଟ୍‌ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ହରାଇ ଏହି ଐତିହାସିକ କ୍ଷଣକୁ ସାଉଁଟି ନେଇଛି।

Advertisment

ଭାରତୀୟ ଟିମ୍‌ର ଏଭଳି ଐତିହାସିକ ବିଜୟ ପରେ ଏବେ ଦଳ ଉପରେ ଟଙ୍କା ବର୍ଷା ହେବା ଆରମ୍ଭ କରିଛି। ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ଟିମ୍‌କୁ ୪୦କୋଟି ମିଳିଥିବା ବେଳେ ଏବେ ବିସିସିଆଇ ଭାରତୀୟ ଟିମ୍‌ ଉପରେ ଟଙ୍କା ବର୍ଷା କରିବାର ଘୋଷଣା କରିଛି।

ଟିମ୍କୁ ୫୧କୋଟି ଦେବ ବିସିସିଆଇ

ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, "ସଚିବ ଭାବରେ ବିସିସିଆଇର ଦାୟିତ୍ୱ ନେବା ପରେ ଜୟ ଶାହ ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ମହିଳା କ୍ରିକେଟରେ ଅନେକ ପରିବର୍ତ୍ତନ ଆଣିଛନ୍ତି, ଯେଉଁଥିରେ ଦରମା ସମାନତା ମଧ୍ୟ ଅନ୍ତର୍ଭୁକ୍ତ। ଗତ ମାସରେ, ଆଇସିସି ଅଧ୍ୟକ୍ଷ ଜୟ ଶାହ ମହିଳା ପୁରସ୍କାର ରାଶିକୁ ୩୦୦ ପ୍ରତିଶତ ବୃଦ୍ଧି କରି ଏହାକୁ ୨.୮୮ ନିୟୁତ ଡଲାରରୁ ୧୪ ନିୟୁତ ଡଲାରକୁ ବୃଦ୍ଧି କରିଥିଲେ। ଏହି ପଦକ୍ଷେପଗୁଡ଼ିକ ମହିଳା କ୍ରିକେଟକୁ ପୂର୍ବ ଅପେକ୍ଷା ପ୍ରୋତ୍ସାହିତ କରିଛି। ବିସିସିଆଇ ଖେଳାଳି, ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କ ସମେତ ସମଗ୍ର ଦଳ ପାଇଁ ୫୧ କୋଟି ଟଙ୍କାର ପୁରସ୍କାର ଘୋଷଣା ମଧ୍ୟ କରିଛି।"

ଆହୁରି ପଢ଼ନ୍ତୁ: Shreemayee Mishra Sujata R Karthikeyan: ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତ ପୂର୍ବରୁ ନାଁ ନ ନେଇ ସୁଜାତା ଆର୍ କାର୍ତ୍ତିକେୟନଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର

ଆହୁରି ପଢ଼ନ୍ତୁ: APP Safety :ଆପଣଙ୍କ ମୋବାଇଲରେ ଆକ୍ଟିଭ ନାହିଁ ତ ଏହି ସେଟିଂ! ଥରେ ଚେକ କରିଦିଅନ୍ତୁ