ଆରମ୍ଭ ହେଲା ବର୍ଷା ଯୋଗୁଁ ବନ୍ଦ ଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ୍‍, ଅଷ୍ଟ୍ରେଲିଆର ବ୍ୟାଟିଂ ଜାରି

Advertisment
ଆରମ୍ଭ ହେଲା ବର୍ଷା ଯୋଗୁଁ ବନ୍ଦ ଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ୍‍, ଅଷ୍ଟ୍ରେଲିଆର ବ୍ୟାଟିଂ ଜାରି

Image Courtesy of The Hindu

ସିଡ୍‌ନି: ଗୁରୁବାର ଦିନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚ୍‌ର ପ୍ରଥମ ଦିନର ଖେଳ ୭.୧ ଓଭର୍‌ ଖେଳାଯିବା ପରେ ବର୍ଷା ଯୋଗୁଁ ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି।

ଆଜି ଟସ୍‌ ଜିଣିବା ପରେ ଅଷ୍ଟ୍ରେଲିଆର ଅଧିନାୟକ ଟିମ୍‌ ପେନ୍‌ ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ବର୍ଷା ଯୋଗୁଁ ସିଡ୍‌ନି କ୍ରିକେଟ୍‌ ପଡ଼ିଆରେ ଖେଳ ବାଧାପ୍ରାପ୍ତ ହେବା ସମୟରେ ଅଷ୍ଟ୍ରେଲିଆ ୭.୧ ଓଭର୍‌ ଖେଳି ଗୋଟିଏ ଓ୍ଵିକେଟ୍‌ ବିନିମୟରେ ୨୧ ରନ୍‌ କରିଥିଲା।

ବର୍ଷା ହେବା ପୂର୍ବରୁ ପେସ୍‌ ବୋଲର୍‌ ମହମଦ୍‌ ସିରାଜ ୫ ରନ୍‌ କରିଥିବା ଡେଭିଡ୍‌ ଓ୍ଵର୍ଣ୍ଣର୍‌ଙ୍କୁ ଆଉଟ୍‌ କରି ଭାରତ ପାଇଁ ପ୍ରଥମ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ।

ପ୍ରଥମ କରି ଖେଳୁଥିବା ନବାଗତ ଓ୍ଵିଲ୍‌ ପୁକୋଭସ୍କି ଏବଂ ମାର୍ଣ୍ଣସ୍‌ ଲେବୁସ୍‌ଚେନ୍‌ ଯଥାକ୍ରମେ ୧୪ ଓ ୨ ରନ୍‌ କରି ବ୍ୟାଟିଙ୍ଗ୍‌ କରୁଥିଲେ।
ଅଚାନକ ବର୍ଷା ହେବାରୁ ଖେଳାଳିମାନେ ପଡ଼ିଆରୁ ଦୌଡ଼ି ପଳାଇ ଆସିଥିଲେ। ବର୍ଷା ଟିକେ ଅଧିକ ହେବାରୁ ଗ୍ରାଉଣ୍ଡ୍‌ସ୍‌ମେନ୍‌ମାନେ ପିଚ୍‌ ଓ ସ୍କୋୟାର୍‌କୁ ଘୋଡ଼ାଇବାକୁ ବାଧ୍ୟ ହୋଇଥିଲେ।

publive-image Image Courtesy of Zee News

ଆଜିର ଟେଷ୍ଟ୍‍ ମ୍ୟାଚ୍‌ରେ ଭାରତୀୟ ଦଳରେ ମୟଙ୍କ୍‌ ଅଗରଓ୍ଵାଲ୍‌ଙ୍କ ସ୍ଥାନରେ ରୋହିତ ଶର୍ମା ଖେଳୁଛନ୍ତି। ସେହିଭଳି ଆହତ ହୋଇଥିବା ଉମେଶ ଯାଦବଙ୍କ ସ୍ଥାନରେ ପ୍ରଥମ ଥର ପାଇଁ ଖେଳୁଛନ୍ତି ନବାଗତ ପେସ୍‌ ବୋଲ୍‌ ନବଦୀପ ସାଇନି।

ଅଷ୍ଟ୍ରେଲିଆ ଦଳରେ ଟ୍ରାଭିସ୍‌ ହେଡ୍‌ଙ୍କ ସ୍ଥାନରେ ଆସିଥିବା ନବାଗତ ପୁକୋଭସ୍କିଙ୍କ ସହ ଖେଳୁଛନ୍ତି ଓପେନର୍‌ ବ୍ୟାଟ୍‌ସ୍‌ମ୍ୟାନ୍‌ ଓ୍ଵାର୍ଣ୍ଣର୍‌।
ଆଜିର ଏହି ଟେଷ୍ଟ୍‍ ମ୍ୟାଚ୍‌ରେ ଭାରତୀୟ ଦଳରେ ଖେଳୁଛନ୍ତି: ରୋହିତ ଶର୍ମା, ଶୁଭମ୍‌ ଗିଲ୍‌, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ହନୁମାନ ବିହାରୀ, ଋଷଭ ପନ୍ତ (ଓ୍ଵିକେଟ୍‌ ରକ୍ଷକ), ରବୀନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ ଅଶ୍ୱିନୀ, ଜସପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ ଓ ନବଦୀପ ସାଇନି।

ସେହିପରି ଅଷ୍ଟ୍ରେଲିଆ ଦଳରେ ଖେଳୁଛନ୍ତି: ଡେଭିଡ୍‌ ଓ୍ଵର୍ଣ୍ଣର୍‌, ଓ୍ଵିଲ୍‌ ପୁକୋଭସ୍କି, ମାର୍ଣ୍ଣସ୍‌ ଲାବୁସ୍‌ଚାଗ୍‌ନେ, ଷ୍ଟିଭେନ୍‌ ସ୍ମିଥ୍‌, ମାଥ୍ୟୁ ଓ୍ଵାଡ଼େ, କ୍ୟାମେରନ୍‌ ଗ୍ରିନ୍‌, ଟିମ୍‌ ପେନ୍‌ (ଓ୍ଵିକେଟ୍‌ ରକ୍ଷକ), ପ୍ୟାଟ୍‌ କ୍ୟୁମିନ୍ସ, ମିଚେଲ୍‌ ଷ୍ଟାର୍କ, ନାଥନ୍‌ ଲିଅନ୍‌ ଏବଂ ଜୋସ୍‌ ହେଜେଲ୍‌ଉଡ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe