ରାସ୍ତାରେ ସାର୍ଟ ଖୋଲି ଦୌଡ଼ିବେ ବୋଲି କହିଲେ ବିରାଟ

Advertisment
ରାସ୍ତାରେ ସାର୍ଟ ଖୋଲି ଦୌଡ଼ିବେ ବୋଲି କହିଲେ ବିରାଟ

ନୂଆଦିଲ୍ଲୀ: ୨୦୦୨ ମସିହା ଜୁଲାଇ ୧୩ ତାରିଖରେ ଲାର୍ଡସରେ ଖେଳା ଯାଇଥିବା ନାଟେଓ୍ଵଷ୍ଟ ସିରିଜର ଫାଇନାଲ ମ୍ୟାଚରେ ଭାରତ ବିପକ୍ଷରେ ଇଂଲଣ୍ଡ ଖେଳୁଥିଲା। ଏହି ଖେଳରେ ଇଂଲଣ୍ଡ ଦେଇଥିବା ୩୨୫ ରନ୍‌କୁ ଭାରତ ଖୁବ୍‌ ସହଜରେ ପୂରା କରି ବିଜୟଲାଭ କରି ଥିଲା। ଏହି ବିଜୟ ପରେ ସୌରଭ ଗାଙ୍ଗୁଲି ଏତେ ଉତ୍ସାହିତ ହୋଇ ପଡ଼ିଥିଲେ ଯେ ନିଜ ସାର୍ଟ ଖୋଲି ପଡ଼ିଆ ଭିତରେ ଉଡ଼ାଇବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ଏତେ ବର୍ଷ ବିତି ଯାଇଥିଲେ ବି ଦର୍ଶକ ଓ କ୍ରିକେଟ ପ୍ରେମୀ ଏହାକୁ ଭୁଲି ପାରି ନାହାନ୍ତି। ଗାଙ୍ଗୁଲିଙ୍କୁ ସର୍ବଦା ଏହି ଘଟଣା ସମ୍ପର୍କରେ ପ୍ରତ୍ୟେକ ସାକ୍ଷାତକାରରେ ପଚରା ଯାଇଥାଏ।

publive-image

ତେବେ ନିକଟରେ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କହିଲି କହିଛନ୍ତି, ୨୦୧୯ରେ ଯଦି ଭାରତ ଓ୍ଵାଲର୍ଡ କପ୍‌ ଜିତେ ତେବେ ମୁଁ ଅକ୍ସଫୋର୍ଡ ଷ୍ଟ୍ରିଟରେ ସାର୍ଟ ଖୋଲି ଦୌଡ଼ିବି। ମୋ ସହିତ ହାର୍ଦ୍ଦକ ପାଣ୍ଡ୍ୟା ଓ ଜସପ୍ରୀୟ ବୁମରାହଙ୍କ ଭଳି ଅନ୍ୟ ଖେଳାଳି ବି ସାମିଲ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe