ରିଓଡି ଜାନେରୋ: ବ୍ରାଜିଲର ତାରକା ଫୁଟ୍ବଲ୍ ଖେଳାଳି ନେମାର ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। ବିଶ୍ୱକପ୍ ବେଳେ ପ୍ରତିପକ୍ଷ ଫାଉଲ୍ ମାରିଥିବାର ଅଭିନୟ କରି ଜାଣିଶୁଣି ତଳେ ପଡ଼ି ଯାଇଥିଲେ ବୋଲି ସ୍ୱୀକାର କରି ସେ ଅଡ଼ୁଆରେ ପଡ଼ିଛନ୍ତି। ଏହା ତାଙ୍କ ଭାବମୂର୍ତି ଓ ବ୍ରାଣ୍ଡ ଭ୍ୟାଲ୍ୟୁ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। କେବେ କେବେ ପଡ଼ିଆ ଭିତରେ ସେ ଅଭିନୟ କରନ୍ତି ବୋଲି ନେମାର ଏକ ପ୍ରାୟୋଜିତ ବିଜ୍ଞାପନରେ ସ୍ୱୀକାର କରିବାକୁ ତାଙ୍କ ପ୍ରଶଂସକମାନେ ବି ସହଜରେ ଗ୍ରହଣ କରି ପାରିନାହାନ୍ତି।
ପୁଣି ବିବାଦରେ ନେମାର
Advertisment
Follow Us