ଭୁବନେଶ୍ୱର: ରାଜ୍ୟ ହ୍ୟାଣ୍ଡବଲ୍ରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ କ୍ରମଶଃ ଘନେଇବାରେ ଲାଗିଛି। ରାଜ୍ୟ ସଂଘ ବିରୋଧରେ ଅତୀତରେ ଅନେକ ଗୁରୁତର ଅଭିଯୋଗ ଆସିଥିଲା ବେଳେ ହାଇଦ୍ରାବାଦର ସିଧିପେତଠାରେ ଚାଲିଥିବା ଜାତୀୟ କନିଷ୍ଠ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ରାଜ୍ୟ ବାହାରର ଖେଳାଳିମାନେ ଓଡ଼ିଶାର ପୁଣି ଥରେ ୁ ଖେଳିଥିବା ଅଭିଯୋଗ ହୋଇଛି। ଓଡ଼ିଶା ଦଳରେ ଅନ୍ୟୁନ ୫ ଜଣ ହରିଆଣା ଖେଳାଳି ଖେଳୁଥିଲା ବେଳେ ଏବଂ ସେମାନଙ୍କ ଠିକଣା ଭୁଲ ଭାବେ ଦର୍ଶାଯାଇଥିବା ଅଭିଯୋଗ ଆସିଛି। ସେହିଭଳି ରାଜ୍ୟ ଦଳକୁ ନେଇ ଯାଇଥିବା ପ୍ରଶିକ୍ଷକଙ୍କର ଏନଆଇଏସ୍ ଯୋଗ୍ୟତା ନଥିବା ମଧ୍ୟ କୁହା ଯାଉଛି। ରାଜ୍ୟରେ ଏନଆଇଏସ୍ ପ୍ରମାଣପତ୍ରଧାରୀ ପ୍ରଶିକ୍ଷକ ଥିଲା ବେଳେ ଅନଭିଜ୍ଞଙ୍କୁ କାହିଁକି ଏଭଳି କାମ ଦିଆ ଯାଉଛି ବୋଲି ଜଣେ ହ୍ୟାଣ୍ଡବଲ୍ ପ୍ରେମୀ ଅଭିଯୋଗ କରିଛନ୍ତି।
ପୁଣି ବିବାଦରେ ଓଡ଼ିଶା ହ୍ୟାଣ୍ଡବଲ୍
Advertisment
Follow Us