ଅଗରକର ଦିଲ୍ଲୀ କ୍ୟାପିଟାଲ୍‌ସର ସହକାରୀ ପ୍ରଶିକ୍ଷକ

Advertisment
ଅଗରକର ଦିଲ୍ଲୀ କ୍ୟାପିଟାଲ୍‌ସର ସହକାରୀ ପ୍ରଶିକ୍ଷକ

Hindustan Times

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ପେସର୍‌ ଅଜିତ ଅଗରକର ବୁଧବାର ଆଗାମୀ ଆଇପିଏଲ୍‌ ପାଇଁ ଦିଲ୍ଲୀ କ୍ୟାପିଟାଲ୍‌ସ ଦଳର ସହକାରୀ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସେ ଗୁରୁବାରଠାରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଭାରତର ଘରୋଇ ଶୃଙ୍ଖଳା ପାଇଁ ଭାଷ୍ୟକାର ଦାୟିତ୍ବରେ ରହିଥିବାରୁ ଏହାପରେ ପରେ ଦିଲ୍ଲୀ କ୍ୟାପିଟାଲ୍‌ସ ଦଳ ସହ ଯୋଗଦେବେ। ଅଧିନାୟକ ଋଷଭ ପନ୍ତ୍‌ ଏବଂ ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂଙ୍କ ସହ କାର୍ଯ୍ୟ କରିବାକୁ ଉତ୍ସାହୀ ବୋଲି କହିଛନ୍ତି ଅଗରକର। ଏହି ଅବସରରେ ଅଗରକର ମଧ୍ୟ ପଣ୍ଟିଂଙ୍କୁ କ୍ରିକେଟ୍‌ର ଜଣେ କିଂବଦନ୍ତି ଆଖ୍ୟା ଦେଇଛନ୍ତି। ତାଙ୍କ ସହ କାର୍ଯ୍ୟ କରିବାକୁ ବ୍ୟଗ୍ର ବୋଲି କହିଛନ୍ତି। ୪୪ ବର୍ଷ ବୟସ୍କ ଅଗରକର ଭାରତ ପାଇଁ ୨୮୮ ଦିନିକିଆ ଆନ୍ତର୍ଜାତିକ ଏବଂ ୫୮ ଟେଷ୍ଟ୍‌ ୱିକେଟ୍‌ ନିଜ ନାମରେ ରଖିଛନ୍ତି। ଆଇପିଏଲ୍‌ରେ ମଧ୍ୟ ସେ କୋଲ୍‌କାତା ନାଇଟ୍‌ ରାଇଡର୍ସ ଏବଂ ଦିଲ୍ଲୀ ଡେୟାର ଡେଭିଲ୍‌ସ ପକ୍ଷରୁ ଖେଳିଛନ୍ତି। ଜଣେ ଖେଳାଳି ଭାବେ ଖେଳିବା ପରେ ଆଇପିଏଲ୍‌ରେ ପ୍ରଶିକ୍ଷକ ଦାୟିତ୍ବ ପାଇବା ଗୌରବର ବିଷୟ ବୋଲି ଅଗରକର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe