ଭୁବନେଶ୍ବର: ରାଜ୍ୟର ଉଦୀୟମାନ ଟେନିସ୍ ତାରକା ଆହାନ ଶନିବାର ଏକ ଅପୂର୍ବ ସଫଳତା ଅର୍ଜନ କରିଛନ୍ତି। ପ୍ରଥମ ଓଡ଼ିଆ ଭାବେ ଆଇଟା ଜାତୀୟ ସିରିଜ୍ର ଏକକ ମୁକୁଟ ଜିତି ନିଜ ଖେଳ ଜୀବନରେ ବଡ଼ ଉପଲବ୍ଧି ଅର୍ଜନ କରିଛନ୍ତି। ହରିୟାଣାର କର୍ଣ୍ଣଲ୍ସ୍ଥିତ ଚାମୁଣ୍ଡା ଟେନିସ୍ ଏକାଡେମି ପରିସରରେ ଅନୁଷ୍ଠିତ ଆଇଟା ଜାତୀୟ ସିରିଜ୍ର ୧୨ ବର୍ଷରୁ କମ୍ ବାଳିକା ଏକକ ଓ ଯୁଗଳ ବର୍ଗରେ ବିଜୟିନୀ ହୋଇ ଦ୍ବିମୁକୁଟ ହାସଲ କରିଛନ୍ତି। ଏକକ ଫାଇନାଲରେ ଆହାନ ୬-୦, ୬-୩ରେ ହରିୟାଣାର ପ୍ରାଚୀ ମଲିକଙ୍କୁ ପରାସ୍ତ କରିଥିଲେ। ସେହିଭଳି ବାଳିକା ଯୁଗଳ ଫାଇନାଲରେ ଆହାନ-ପ୍ରାଚୀ ଯୋଡ଼ି ୬-୩, ୬-୪ ସିଧାସଳଖ ସେଟରେ ଆନନ୍ଦିତା ଉପାଧ୍ୟାୟ (ହରିୟାଣା)-ଏଚ୍ ଚୌଧୁରୀ (ରାଜସ୍ଥାନ)ଙ୍କୁ ପରାସ୍ତ କରିଥିଲେ। ଭୁବନେଶ୍ବରର ଏସ୍ ବେସ୍ ଟେନିସ୍ ଏକାଡେମିରେ ବରିଷ୍ଠ ପ୍ରଶିକ୍ଷକ ଅଜୟ କୁମାର ନିଶଙ୍କଙ୍କ ଅଧିନରେ ତାଲିମପ୍ରାପ୍ତ ଆହାନ ଏଥି ସହ ଗୋଟିଏ ପରେ ଗୋଟିଏ ସିଡ଼ି ଚଢ଼ି ଚାଲିଛନ୍ତି। ନିଜ ବୟସ ବର୍ଗରେ ଆହାନ ଏବେ ଭାରତର ୨ ନମ୍ବର ଖେଳାଳି ରହିଛନ୍ତି। ମୁମ୍ବାଇରେ ଆସନ୍ତା ଫେବ୍ରୁଆରି ୨୨ରୁ ଖେଳାଯିବାକୁ ଥିବା ଆଇଟା ଜାତୀୟ ପ୍ରତିଯୋଗିତାରେ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛନ୍ତି। ଏହି ସ୍ତରର ଟ୍ରଫି ମଧ୍ୟ କୌଣସି ଓଡ଼ିଆ ଜିତିନାହାନ୍ତି।
ଆହାନଙ୍କୁ ଅପୂର୍ବ ଜାତୀୟ ଦ୍ବିମୁକୁଟ
Advertisment
Follow Us