ପଦାର୍ପଣରେ ଆହାନଙ୍କୁ ଦ୍ବିମୁକୁଟ: ଆଇଟା ମହିଳା ୧କେ

ଉଦୀୟମାନ ଟେନିସ୍ ତାରକା ଆହାନ ନିଜ ଖେଳ ଜୀବନରେ ବଡ଼ ଲମ୍ଫ ମାରିଛନ୍ତି। କନିଷ୍ଠ ବର୍ଗରେ ଚମତ୍କାର ପ୍ରଦର୍ଶନ କରିଥିବା ଏହି ଗୁରୁକୁଳ ଟେନିସ୍ ଏକାଡେମି ପ୍ରତିଭା ଆଇଟା ଇଭେଣ୍ଟ୍‌ର ମହିଳା ବର୍ଗ ପଦାର୍ପଣରେ ଦ୍ବିମୁକୁଟ ଅର୍ଜନ କରିଛନ୍ତି।

ddgddgddg

Photograph: (orisports.com)

ଭୁବନେଶ୍ବର: ଉଦୀୟମାନ ଟେନିସ୍ ତାରକା ଆହାନ ନିଜ ଖେଳ ଜୀବନରେ ବଡ଼ ଲମ୍ଫ ମାରିଛନ୍ତି। କନିଷ୍ଠ ବର୍ଗରେ ଚମତ୍କାର ପ୍ରଦର୍ଶନ କରିଥିବା ଏହି ଗୁରୁକୁଳ ଟେନିସ୍ ଏକାଡେମି ପ୍ରତିଭା ଆଇଟା ଇଭେଣ୍ଟ୍‌ର ମହିଳା ବର୍ଗ ପଦାର୍ପଣରେ ଦ୍ବିମୁକୁଟ ଅର୍ଜନ କରିଛନ୍ତି। ବେଙ୍ଗାଲୁରୁରେ ଶୁକ୍ରବାର ଶେଷ ହୋଇଥିବା ଆଇଟା ୧ ଲକ୍ଷ ଟଙ୍କା ପୁରସ୍କାର ବିଶିଷ୍ଟ ଟେନିସ୍‌ ପ୍ରତିଯୋଗିତାର ମହିଳା ବର୍ଗରେ ‌ସେ ଉଭୟ ଏକକ ଓ ଯୁଗଳ ବର୍ଗରେ ଟ୍ରଫି ଜିତି ଐତିହାସିକ ସଫଳତା ପାଇଛନ୍ତି। ସବୁଠାରୁ ବଡ଼ କଥା ହେଲା କ୍ବାଲିଫାଇଙ୍ଗ୍ ପର୍ଯ୍ୟାୟ ଦେଇ ଆସିଥିବା ଆହାନ ନିଜ ମହିଳା ପଦାର୍ପଣ ପ୍ରତିଯୋଗିତାକୁ ସ୍ମରଣୀୟ କରିଦେଇଛନ୍ତି। 

ଆଇଟିଏଫ୍‌ ଜେ୩୦ ଯୁଗଳରେ ଉପବିଜୟିନୀ ଓ ଏକକରେ ସେମିଫାଇନାଲ୍‌ ଖେଳିବା ପରେ ଆତ୍ମବିଶ୍ବାସ ପାଇଥିବା ଆହାନ ଶୁକ୍ରବାର ଏକକ ଫାଇନାଲ୍‌ରେ ସପ୍ତମ ମାନ୍ୟତାପ୍ରାପ୍ତ କର୍ଣ୍ଣାଟକର ହୃଦୟେଶୀ ପାଲଙ୍କୁ  ସିଧାସଳଖ ଭାବେ ୬-୦, ୬-୦ରେ ପରାସ୍ତ କରିଥିଲେ। ଯୁଗଳ ଫାଇନାଲ୍‌ ଆହାନ ଓ ତାଙ୍କ ତାମିଲନାଡୁ ସାଥୀ ସବିତା ଭୁବନେଶ୍ବରନ୍‌ ୭-୫, ୬-୨ରେ ଗୁଜରାଟର ରିୟା ଭୂର୍ଜା ଓ ସୌମ୍ୟା ରୋଣ୍ଡେଙ୍କୁ ମାତ୍ ଦେଇଥିଲେ।  ଆହାନଙ୍କ ସଫଳତା ତାଙ୍କ ନିଷ୍ଠା, ପରିଶ୍ରମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି। ଏହା ଆମକୁ ଗର୍ବିତ କରିଛି ବୋଲି ଉଲ୍ଲସିତ ତାଙ୍କ ପ୍ରଶିକ୍ଷକ ସନ୍ତୋଷ ମଲ୍ଲିକ ଓ ମାର୍ଗଦର୍ଶକ ଚିନ୍ମୟ ପ୍ରଧାନ ପ୍ରକାଶ କରିଛନ୍ତି। ମିସନ୍ ଅଲିମ୍ପିକ୍ସ ସ୍ପୋର୍ଟସ ଫାଉଣ୍ଡେସନ୍‌ ଅଧୀନରେ ପ୍ରଶିକ୍ଷଣ ନେଉଥିବା ଆହାନ ଆସନ୍ତା ସପ୍ତାହରେ ଆଇଟିଏଫ୍‌ ଡବଲ୍ୟୁ୧୫ (୧୫,୦୦୦ ଡଲାର) ଏବଂ ଫିନେଷ୍ଟା ନ୍ୟାସନାଲ୍‌ସରେ ବି‌ ଖେଳିବେ। କ୍ରୀଡ଼ା ଓ ଯୁବସେବା ବିଭାଗର ସମର୍ଥନ‌ କାରଣରୁ ଆହାନଙ୍କ ସଫଳ ଯାତ୍ରା ଜାରି ରହିଛି ବୋଲି ଫାଉଣ୍ଡେସନ୍ ମୁଖ୍ୟ ଚିନ୍ମୟ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe