ପ୍ରଥମ ଆଇଟିଏଫ୍‌ ଟ୍ରଫି ଜିତିଲେ ଆହାନ: ମହିଳା ଦିବସରେ ମହିଳାଙ୍କ ଚମକ

Advertisment

ଅନ୍ତର୍ଜାତୀୟ ମହିଳା ଦିବସରେ ଓଡ଼ିଶାର ମହିଳା ଖେଳାଳିମାନେ ମଧ୍ୟ ଖେଳ ପଡ଼ିଆରେ ଚମକ ଛାଡ଼ିଛନ୍ତି। ଜାତୀୟ ମାଷ୍ଟର୍ସ ଦୌଡ଼କୁଦରେ ପାବର୍ତୀ ସେଠୀ ଯୁଗଳ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଟେନିସ୍ କୋର୍ଟରେ....

ଅନ୍ତର୍ଜାତୀୟ ମହିଳା ଦିବସରେ ଓଡ଼ିଶାର ମହିଳା ଖେଳାଳିମାନେ ମଧ୍ୟ ଖେଳ ପଡ଼ିଆରେ ଚମକ ଛାଡ଼ିଛନ୍ତି। ଜାତୀୟ ମାଷ୍ଟର୍ସ ଦୌଡ଼କୁଦରେ ପାବର୍ତୀ ସେଠୀ ଯୁଗଳ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଟେନିସ୍ କୋର୍ଟରେ....

hhjbnbnh2

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସରେ ଓଡ଼ିଶାର ମହିଳା ଖେଳାଳିମାନେ ମଧ୍ୟ ଖେଳ ପଡ଼ିଆରେ ଚମକ ଛାଡ଼ିଛନ୍ତି। ଜାତୀୟ ମାଷ୍ଟର୍ସ ଦୌଡ଼କୁଦରେ ପାବର୍ତୀ ସେଠୀ ଯୁଗଳ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଟେନିସ୍ କୋର୍ଟରେ ପ୍ରଭାବୀ ପ୍ରଦର୍ଶନ ଦେଖାଇଛନ୍ତି ଉଦୀୟମାନ ତାରକା ଆହାନ। ତାମିଲନାଡୁର ମଦୁରାଇରେ ଶନିବାର ଶେଷ ହୋଇଥିବା ଆଇଟିଏଫ୍‌ ଜୁନିୟର୍ସ ଜେ୩୦ ପ୍ରତିଯୋଗିତାରେ ୧୮ ବର୍ଷରୁ କମ୍‌ ଏକକ ବାଳିକା ଟାଇଟଲ୍ ଜିତିଛନ୍ତି। ଆଇଟିଏଫ୍ ସର୍କିଟରେ ଏହା ଆହାନଙ୍କ ପ୍ରଥମ ମୁକୁଟ। କିନ୍ତୁ ଏହା ତାଙ୍କ ପାଇଁ ପଞ୍ଚମ ଅନ୍ତର୍ଜାତୀୟ ପଦକ। 

ଅସାଧାରଣ ଦକ୍ଷତା ଓ ସଙ୍କଳ୍ପ ଦେଖାଇଥିବା ଆହାନ ପ୍ରତିଯୋଗିତା ସାରା ପ୍ରଧାନ୍ୟ ବିସ୍ତାର କରି ୫ଟି ମ୍ୟାଚ୍‌ରେ ମାତ୍ର ୧୦ ଗେମ୍‌ ହାରିଥିଲେ। ଫାଇନାଲ୍‌ରେ ଆହାନ ୬-୧, ୬-୧ ସିଧାସଳଖ ସେଟ୍‌ରେ ଅନ୍ୟତମ ଭାରତୀୟ ପ୍ରତିଯୋଗୀ ଶ୍ରୀ ସାଲେଶ୍ବରୀ ଭେଲମଣିକନ୍ଦନଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ଆହାନଙ୍କୁ ବିଶ୍ବସ୍ତରୀୟ ପ୍ରତିଯୋଗିତା ଲାଗି ପ୍ରଥମ ପାହାଚ ଭଳି ହୋଇଛି। ଓଡ଼ିଶା ଟେନିସ୍ ଏକା‌ଡେମିରେ ପ୍ରଶିକ୍ଷଣ ନେଉଥିବା ଆହାନ ନିଜର ଏହି ଅପୂର୍ବ ସଫଳତା ପାଇଁ ପ୍ରଶିକ୍ଷକ ସନ୍ତୋଷ କୁମାର ମଲ୍ଲିକଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି। ମୋ ସର୍ଭ ଓ ଫୋରହ୍ୟାଣ୍ଡ୍ ସଟ୍‌ରେ ଉନ୍ନତି ଆଣିବାରେ ସନ୍ତୋଷ ସାର୍‌ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି  ବୋଲି ଆହାନ ପ୍ରକାଶ କରିଛନ୍ତି। 

ଶନିବାରର ବିଜୟ ସହ ଆହାନ ୩୦ ଅନ୍ତର୍ଜାତୀୟ ପଏଣ୍ଟ୍ ଅର୍ଜନ କରିବେ। ଏଥି ସହ ସେ ତାଙ୍କ ବର୍ତମାନର ୧୮୧୦ ମାନ୍ୟତାରେ ଉନ୍ନତି ୧୨୦୦ ପାଖାପାଖି ଲମ୍ଫ ମାରିବାର ସମ୍ଭାବନା ରହିଛି। ଚଳିତ ମାସରେ ଆହାନ ମଧ୍ୟ ଡେରାଡୁନ୍‌ ଓ ରାଇପୁରରେ ଆଉ ଦୁଇଟି ଆଇଟିଏଫ୍ ପ୍ରତିଯୋଗିତା ଖେଳିବା କାର୍ଯ୍ୟକ୍ରମ ରହିଛି। ମଦୁରାଇ ବିଜୟ ତାଙ୍କ ଆତ୍ମବିଶ୍ବାସକୁ ଉଚ୍ଚରେ ପହଞ୍ଚାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe