ସୋନପୁର: ଗତ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ନେପାଳର ରୁପାନଡିହିଠାରେ ଆୟୋଜିତ ଦ୍ୱିତୀୟ କାଠମାଣ୍ଡୁ ଅନ୍ତର୍ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ସୋନପୁରର ଏହେସାସ ହୋତାଙ୍କୁ ୨ଟି ସ୍ୱର୍ଣ୍ଣ ପଦକ ମିଳିଛି। ୬୦ ଜଣିଆ ଭାରତୀୟ ଦଳରୁ ଓଡିଶାରୁ ଏକମାତ୍ର ଖେଳାଳି ଭାବେ ଏହେସାସ୍ ପଦକ ହାସଲ କରିଛନ୍ତି। ସେ ୫୪ କେଜି ବର୍ଗରେ ଚୀନ୍, ଇରାନ, ଉଜ୍ବେକିସ୍ଥାନ ଓ ନେପାଳର ପ୍ରତିଯୋଗୀମାନଙ୍କ ସହିତ ପ୍ରତିଦ୍ୱନ୍ଦିତା କରି ସ୍ୱର୍ଣ୍ଣ ପଦକ ଜିଣିଥିବା ବେଳେ ପୁମସେ ବର୍ଗରେ ମଧ୍ୟ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ଭାରତୀୟ ଦଳକୁ ସମୁଦାୟ ୬ ପଦକ ମିଳିଥିବା ବେଳେ ସେଥିରେ ୩ ସ୍ୱର୍ଣ୍ଣ, ୨ ରୌପ୍ୟ ଗୋଟିଏ କାଂସ୍ୟ ସାମିଲ ରହିଛି। ଆସନ୍ତା ଜୁନ୍ ଶେଷ ଭାଗରେ ଥାଇଲାଣ୍ଡ୍ରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ମନୋନୟନ ଟ୍ରାଏଲ ପାଇଁ ଏହେସାସ ମନୋନୀତ ହୋଇଛନ୍ତି। ଏହେସାସଙ୍କ ଏହି ସଫଳତା ପାଇଁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ଶୁଭେଛା ଜଣାଇଛନ୍ତି।
ନେପାଳ ତାଏକୋଣ୍ଡୋରେ ଏହେସାସଙ୍କୁ ୨ ସ୍ୱର୍ଣ୍ଣ
Advertisment
Follow Us