ଓଡ଼ିଶା ଏଫ୍‌ସି ସହ ଯୋଡ଼ି‌ ହେଲେ ଅହମଦ ଜାହୋଉ

Advertisment
ଓଡ଼ିଶା ଏଫ୍‌ସି ସହ ଯୋଡ଼ି‌ ହେଲେ ଅହମଦ ଜାହୋଉ

ଭୁବନେଶ୍ବର : ଓଡ଼ିଶା ଏଫ୍‌ସି ବୁଧବାର ଅହମଦ ଜାହୋଉଙ୍କ ସହ ୨ ବର୍ଷିୟା ଚୁକ୍ତି କରିଛି। ମରୋକ୍କୋର ଏହି ମିଡ୍‌ଫିଲ୍ଡର ପୂର୍ବରୁ ଆଇଏସ୍‌ଏଲ୍‌ରେ ଏଫ୍‌ସି ଗୋଆ ଓ ମୁମ୍ବାଇ ସିଟି ଏଫ୍‌ସିରୁ ଖେଳିବାର ଅଭିଜ୍ଞତା ରଖିଛନ୍ତି। ସେ ଦୁଇ ଥର ଆଇଏସ୍‌ଏଲ୍‌ ଲିଗ୍‌ ବିଜେତା ସିଲ୍ଡ ଦଳ (‌ଏଫ୍‌ସି ଗୋଆ ଓ ମୁମ୍ବାଇ ସିଟି)ର ସଦସ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ମଧ୍ୟ ମୁମ୍ବାଇ ସିଟି ଏଫ୍‌ସିରୁ ଆଇଏସ୍‌ଏଲ୍‌ ବିଜେତା ହେବାର ସୌଭାଗ୍ୟ ପାଇଛନ୍ତି। ଓଡ଼ିଶା ଏଫ୍‌ସି ସହ ତାଙ୍କ ଯୋଗଦାନ ଦଳର ମନୋବଳକୁ ଦୃଢ଼ ରଖିବ। ଯୁବ ଖେଳାଳି ତାଙ୍କଠୁ ଶିଖିବାର ସୁଯୋଗ ପାଇବେ ବୋଲି କ୍ଲବ୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe