Image Courtesy of Zee News
ଅହମଦାବାଦ: ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟାଇ ଅହମଦାବାଦର ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍’ ଫ୍ରାଞ୍ଚାଇଜ୍ ଶେଷର ତା’ର ନାମ ଘୋଷଣା କରିଛି। ସୁପର୍ଷ୍ଟାର୍ ଅଲ୍-ରାଉଣ୍ଡର୍ ହାର୍ଦ୍ଦିକ ପଣ୍ଡ୍ୟାଙ୍କ ନେତୃତ୍ବରେ ଥିବା ଏହି ନୂଆ ଟିମ୍ର ନାଁ ହେଲା ‘ଗୁଜରାଟ୍ ଟାଇଟନ୍ସ୍’।
ଟିମ୍ର ନାଁ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ହାର୍ଦ୍ଦିକ ପଣ୍ଡ୍ୟା କହିଛନ୍ତି, ସତ କହିବାକୁ ଗଲେ ବଡ଼ ଚକିତ ଲାଗୁଛି। ନାଁଟି ଖୁବ୍ ପସନ୍ଦ ହୋଇଛି। ଏହା ଆମର ବୈଶିଷ୍ଟ୍ୟକୁ ପ୍ରତିପାଦିତ କରୁଛି। ଏହାର ଅର୍ଥ ମୋ ପାଇଁ ବହୁତ କିଛି।
Image Courtesy of Times Now‘ଆଇପିଏଲ୍’ ୧୦ ଟିମ୍ବିଶିଷ୍ଟ ପ୍ରତିଯୋଗିତାକୁ ସମ୍ପ୍ରସାରିତ ହେବାରୁ ୨୦୨୨ ସେସନ୍ରୁ ଲିଗ୍ରେ ସାମିଲ ହେଉଥିବା ଦୁଇଟି ନୂଆ ଟିମ୍ରୁ ‘ଗୁଜରାଟ ଟାଇଟନ୍ସ୍’ ହେଉଛି ଗୋଟିଏ। ଏହି ଫ୍ରାଞ୍ଚାଇଜ୍କୁ ‘ସିଭିସି ଗ୍ରୁପ୍’ ୫୬୨୫ କୋଟି ଟଙ୍କାରେ କ୍ରୟ କରିଛି। ଏହି ଟିମ୍ର ଅଧିନାୟକ ପଣ୍ଡ୍ୟାଙ୍କୁ ୧୫ କୋଟିରେ ଖରିଦ୍ କରାଯାଇଛି। ଏଥିରେ ଆଫଗାନିସ୍ତାନର ଷ୍ଟାର୍ ଲେଗ୍-ସ୍ପିନର୍ ରଶିଦ୍ ଖାଁ ମଧ୍ୟ ସାମିଲ ହୋଇଛନ୍ତି। ଏହାଛଡ଼ା, ପ୍ରତିଭାବାନ ଯୁବ ଭାରତୀୟ ବ୍ୟାଟ୍ସ୍ମ୍ୟାନ୍ ଶୁଭମ୍ ଗିଲ୍ ମଧ୍ୟ ଅହମଦାବାଦ ପକ୍ଷରୁ ଖେଳିବେ। ୮ କୋଟି ଟଙ୍କାର ରାଜିନାମା ହେବା ପରେ ସେ ସମ୍ମତି ପ୍ରଦାନ କରିଛନ୍ତି।
Follow Us