ଏଆଇଏଫ୍‌ଏଫ୍‌-ଫିଫା ଏକାଡେମି ଉଦ୍‌ଘାଟନ ୨୧ରେ

ଏଆଇଏଫ୍‌ଏଫ୍‌-ଫିଫା ଏକାଡେମି ଉଦ୍‌ଘାଟନ ୨୧ରେ

ଭୁବନେଶ୍ବର: ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌)ର ବହୁ ପ୍ରତୀକ୍ଷିତ ବିଶ୍ବସ୍ତରୀୟ ଏକାଡେମି ଭୁବନେଶ୍ବରରେ ଚଳିତ ମାସ ୨୧ ତାରିଖରେ ଉଦ୍‌ଘାଟିତ ହେବ। ଫିଫା ପ୍ରତିଭା ବିକାଶ ‌ଯୋଜନା (ଟିଡିଏସ୍‌) ଅଧୀନରେ ଖୋଲା ହେବାକୁଥିବା ଏହି ଏଆଇଏଫ୍‌ଏଫ୍‌-ଫିଫା ଏକାଡେମିକୁ ଫିଫାର ବିଶ୍ବ ଫୁଟ୍‌ବଲ୍‌ ‌ବିକାଶ ମୁଖ୍ୟ ଆର୍ସେନ ୱେଙ୍ଗର ଉଦ୍‌ଘାଟନ କରିବେ। ବିଶ୍ବର ବିଭିନ୍ନ ସଂଘ ସହ ମିଶି ସେମାନଙ୍କ ଜାତୀୟ ପ୍ରତିନ୍ଦ୍ବନ୍ଦ୍ବିତାକୁ ବୃଦ୍ଧି କରିବା ଫିଫା ଟିଡିଏସ୍‌ର ଲକ୍ଷ୍ୟ ରହିଛି। ଫିଫା ପ୍ରତିଭା ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବା ସହ ସଦସ୍ୟ ସଂଘକୁ ପଡ଼ିଆ ମଧ୍ୟରେ ସହାୟତା ଯୋଗାଇବ। ଫିଫା ତାଲିମପ୍ରାପ୍ତ ପ୍ରଶିକ୍ଷକ ସର୍ଜି ଆମେଜକୁଆ ଫଣ୍ଟ୍ରୋଡୋନା ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଭାରତରେ ରହିବେ ଏବଂ ଏହି ଏକାଡେମିର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ବ ତୁଲାଇବେ। ଅଗଷ୍ଟ ୨୦୨୩ରୁ ଆମେଜକୁଆ ଫିଫା ଟିଡିଏସ୍‌ର ପ୍ରଶିକ୍ଷକ ରହିଛନ୍ତି।

‘‘ଆର୍ସେନ ୱେଙ୍ଗର ଭାରତରେ ନଭେମ୍ବର ୧୯ରୁ ୨୩ ପର୍ଯ୍ୟନ୍ତ ରହିବେ। ଏହା ମଧ୍ୟରେ ସେ ଓ ତାଙ୍କ ଦଳ ଆଇଏସ୍‌ଏଲ୍‌, ଆଇ-ଲିଗ୍‌ କ୍ଲବ୍‌ ଏବଂ ଭାରତୀୟ ଯୁବ ଫୁଟ୍‌ବଲ୍‌ ବିକାଶରେ ସଶ୍ଳିଷ୍ଟ ସଂସ୍ଥା ସହ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଭୁବନେଶ୍ବରରେ ଏଆଇଏଫ୍‌ଏଫ୍‌-ଫିଫା ଏକାଡେମିର ଉଦ୍‌ଘାଟନ କରିବେ’’ ବୋଲି ଏଆଇଏଫ୍‌ଏଫ୍‌ ସଭାପତି କଲ୍ୟାଣ ଚୌବେ କହିଛନ୍ତି। ଓଡ଼ିଶା କ୍ରୀଡ଼ା ବିଭାଗ ସଚିବ କହିଛନ୍ତି ଯେ ‘‘ଫିଫା ପ୍ରତିଭା ଏକାଡେମି ଖୋଲିବା ଲାଗି ଭୁବନେଶ୍ବର ଚୟନ ହୋଇଥିବାରୁ ଆମେ ବହୁତ ଖୁସି। ଭାରତରେ ଫୁଟ୍‌ବଲ୍‌ ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଆଇଏଫ୍‌ଏଫ୍‌ ସହିତ ମିଶି ଫୁଟ୍‌ବଲ୍‌ ଖେଳାଳିଙ୍କ ପାଇଁ ଶ୍ରେଷ୍ଠ ଭିତ୍ତିଭୂମି ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ’’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe