ଭୁବନେଶ୍ବର: ଛତିଶଗଡ଼ର ରାୟପୁରଠାରେ ଆୟୋଜିତ ଆଇଟା ଚାମ୍ପିଅନ୍ସିପ୍ ସିରିଜ୍ ଟେନିସ୍ ପ୍ରତିଯୋଗିତାରେ ଓଡ଼ିଶାର ଆରାଧ୍ୟା ବର୍ମା ବାଳିକା ୧୨ ବର୍ଷରୁ କମ୍ ଏକକ ବର୍ଗରେ ବିଜେତା ହୋଇଛନ୍ତି। ଗତ ୨୦ ତାରିଖରେ ଶେଷ ହୋଇଥିବା ଏହି ପ୍ରତିଯୋଗିତାର ନିଜ ବର୍ଗ ଫାଇନାଲ୍ରେ ଆରାଧ୍ୟା ମହାରାଷ୍ଟ୍ର ପ୍ରତିଦ୍ବନ୍ଦ୍ବୀ ଋତିକା କାପ୍ଲେଙ୍କୁ ସିଧାସଳଖ ୬-୨ ଓ ୬-୧ ସେଟ୍ରେ ପରାସ୍ତ କରି ଟ୍ରଫି କବ୍ଜା କରିନେଇଥିଲେ। ଏହା ପୂର୍ବରୁ ଆରାଧ୍ୟା ସେମିଫାଇନାଲ୍ରେ ଛତିଶଗଡ଼ର ଈଶା ଶର୍ମାଙ୍କୁ ୯-୧ରେ ହରାଇଥିଲେ। ଟ୍ରଫି ଜିତିବା ସହିତ ସେ ମଧ୍ୟ ୧୫ ଆଇଟା ରୢାଙ୍କିଙ୍ଗ୍ ପଏଣ୍ଟ୍ କରାୟତ୍ତ କରିଛନ୍ତି।
ଆଇଟା ଚାମ୍ପିଅନ୍ସିପ୍ ସିରିଜ୍, ଆରାଧ୍ୟା ଜିତିଲେ ଏକକ ଟ୍ରଫି
Advertisment
Follow Us