ଆହାନଙ୍କୁ ଆଇଟା ଦ୍ବିମୁକୁଟ: ଅଭିପ୍ସା ଉପବିଜୟିନୀ

Advertisment
ଆହାନଙ୍କୁ ଆଇଟା ଦ୍ବିମୁକୁଟ: ଅଭିପ୍ସା ଉପବିଜୟିନୀ

ଭୁବନେଶ୍ବର: ଓଡ଼ିଶା ‌ଟେନିସ୍‌ ପାଇଁ ଏବେ ମାହେନ୍ଦ୍ରା ବେଳା ଚାଲିଛି। ରାଜ୍ୟର ଦୁଇ ଉଦୀୟମାନ ଝିଅ ଆହାନ ଓ ଅଭିପ୍‌ସା ଦେହୁରୀ ପୁଣି ଥରେ ଜାତୀୟସ୍ତରରେ ଚମକ ଦେଖାଇଛନ୍ତି। ଗତ ସପ୍ତାହରେ ୧୨ ବର୍ଷରୁ କମ୍‌ ବାଳିକା ବର୍ଗରେ ଦେଶର ଏକ ନମ୍ବର ମାନ୍ୟତା ପାଇଥିବା ଆହାନ କୋଲକାତାରେ ଶୁକ୍ରବାର ଆଇଟା ସିଏସ୍‌ ପ୍ରତିଯୋଗିତାରେ ୧୪ ବର୍ଷରୁ କମ ବର୍ଗର ଦ୍ବିମୁକୁଟ ଅର୍ଜନ କରିଛନ୍ତି। ଏକକ ଫାଇନାଲରେ ସେ ପଶ୍ଚିମବଙ୍ଗର ଆକାଂକ୍ଷା ଘୋଷଙ୍କୁ ୬-୧, ୬-୧ରେ ପରାସ୍ତ କରିଥିଲେ। ଆକାଂକ୍ଷାଙ୍କୁ ସାଥି କରି ଯୁଗଳ ଫାଇନାଲରେ ଓଡ଼ିଶା-ବେଙ୍ଗଲ ଯୋଡ଼ି ଆର୍ଣ୍ଣା ରାଜ-ସୌମ୍ୟା ଚାଟାର୍ଜୀଙ୍କୁ ୬-୩, ୬-୨ରେ ପରାସ୍ତ କରିଥିଲେ। ନହରକଣ୍ଟାସ୍ଥିତ ଏସ୍‌ବେସ୍‌ ଟେନିସ୍ ଏକାଡେମିରେ ପ୍ରଶିକ୍ଷିତ ଆହାନଙ୍କୁ ତାଙ୍କ ପ୍ରଶିକ୍ଷକ ଅଜୟ ନିଶଙ୍କ ଅଭିନନ୍ଦନ ଜଣାଇଛନ୍ତି।

ଅନ୍ୟପକ୍ଷରେ ହରିୟାଣାର ରୋହତକରେ ଅନୁଷ୍ଠିତ ସିଏସ୍‌-୭ର ୧୬ ବର୍ଷରୁ କମ୍‌ ବାଳିକା ବର୍ଗରେ ଅଭିପ୍‌ସା ଦୁଇଟିରେ ଉପବିଜୟିନୀ ହୋଇଛନ୍ତି। ଗତ ସପ୍ତାହରେ ଏଠାରେ ଦ୍ବିମୁକୁଟ ଅର୍ଜନ କରିଥିବା ଅଭିପ୍‌ସା ଏକକ ଫାଇନାଲରେ କର୍ଣ୍ଣାଟକର ଅର୍ଜାନ ଖୋରାକିବାଲାଙ୍କଠାରୁ ୧-୬, ୨-୬ରେ ହାରିଯାଇଥିଲେ। ପୂର୍ବୀ ‌ଚୌଧୁରୀଙ୍କୁ ସାଥି କରି‌‌ ଖେଳିଥିବା ଅଭିପ୍‌ସା ନାଭ୍ୟା ଗୌତମ (ଗୁଜରାଟ)-ଅର୍ଜାନ ଖୋରାକିବାଲା (କର୍ଣ୍ଣାଟକ)ଙ୍କଠାରୁ ମଧ୍ୟ ୨-୬, ୦-୬ରେ ହାରିଯାଇଥିଲେ। ଅଭିପ୍‌ସା ପଟିଆସ୍ଥିତ ଫାରହାନ୍ ଅଲୀ ଏକାଡେମିରେ ପ୍ରଶିକ୍ଷଣ ନେଇ ଆଗକୁ ବଢ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe