ଆଇଟା ଟେନିସରେ ତାମିଲନାଡୁର ବାଜିମାତ୍‌

ଆଇଟା ଟେନିସରେ ତାମିଲନାଡୁର ବାଜିମାତ୍‌

ଭୁବନେଶ୍ବର : ରାଜ୍ୟ ତଥା ରାଜ୍ୟ ବାହାରର ଟେନିସ ଖେଳାଳିଙ୍କୁ ଏକ ଉଚ୍ଚସ୍ତରୀୟ ପ୍ଲାଟଫର୍ମ ଯୋଗାଇଦେବା ଏବଂ ଅଧିକରୁ ଅଧିକ ଟେନିସର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଆଇଆଇଜି ସ୍ପୋର୍ଟସ ଏକାଡେମୀ ଓ କେଟି ଗ୍ଲୋବାଲ ସ୍କୁଲ ପକ୍ଷରୁ ଅଗଷ୍ଟ ୧ ତାରିଖରୁ ଆୟୋଜିତ ଆଇଟା ଟେନିସ୍‌ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ତାମିଲନାଡୁର ଓଜେସ ଥେଜୋ ଜୟପ୍ରକାଶ ପୁରୁଷ ଏକକରେ ବିଜେତା ଏବଂ ପଶ୍ଚିମବଙ୍ଗର ଅଭିନାଂଶୁ ବୋର୍ଥାକର ଉପବିଜେତା ହୋଇଛନ୍ତି।

ସେହିପରି ତାମିଲନାଡୁର ଓଜେସ ଥେଜୋ ଜୟପ୍ରକାଶ-ସିଦ୍ଧାର୍ଥ ଆର୍ଯ୍ୟ ଯୋଡି ଯୁଗଳରେ ବିଜେତା ଏବଂ ପଶ୍ଚିମବଙ୍ଗର ଅଭିନାଂଶୁ ବୋର୍ଥାକର ଓ ମହମଦ ଫର୍ଦ୍ଦିନ ଯୋଡ଼ି ଉପବିଜେତା ହୋଇଛନ୍ତି। ଆଇଟା ଓ ଓଟିଏ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ବିଜେତା, ଉପବିଜେତାଙ୍କୁ ଟ୍ରଫି ସହ ଅର୍ଥରାଶି ଏବଂ ସେମିଫାଇନାଲିଷ୍ଟଙ୍କୁ କେବଳ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି। ମୋଟ ପୁରସ୍କାର ରାଶି ୧ ଲକ୍ଷ ଟଙ୍କା ରଖାଯାଇଥିଲା। ଏହି ପ୍ରତିଯୋଗିତାରେ ପାଖପାଖି ୧୦୦ ପ୍ରତିଯୋଗୀ ଭାଗ ନେଇଥିଲେ। ବିଭିନ୍ନ ରାଜ୍ୟରୁ ଆସିଥିବା ଖେଳାଳିଙ୍କ ପାଇଁ କେଟି ଗ୍ଲୋବାଲ ସ୍କୁଲ ପରିସରରେ ରହିବା, ଖାଇବା ସହ ଜିମ, ସୁଇମିଙ୍ଗ ପୁଲର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିଲା। ଆଗମୀ ଦିନରେ କେ.ଟି ଗ୍ଲୋବାଲ ସ୍କୁଲ ପରିସରରେ ଅନେକ ବଡ଼ଧରରଣ ଟେନିସ ପ୍ରତିଯୋଗିତା ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe