ଆକାଶ ଚୋପ୍ରା ବାଛିଲେ ଟେଷ୍ଟ୍‌ କ୍ରିକେଟ୍‌ର ଶ୍ରେଷ୍ଠ ଓପନିଂ ଯୋଡ଼ି

Advertisment
ଆକାଶ ଚୋପ୍ରା ବାଛିଲେ ଟେଷ୍ଟ୍‌ କ୍ରିକେଟ୍‌ର ଶ୍ରେଷ୍ଠ ଓପନିଂ ଯୋଡ଼ି

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ତଥା ଭାଷ୍ୟକାର ଆକାଶ ଚୋପ୍ରା ନିକଟରେ ଏବର ଶ୍ରେଷ୍ଠ ଟେଷ୍ଟ୍‌ ଓପନର୍‌ ବିଷୟରେ ଆଲୋଚନା କରିଛନ୍ତି। ଟେଷ୍ଟ୍‌ କ୍ରିକେଟ୍‌ରେ ଦଳର ସଫଳତାରେ ପ୍ରଥମ ଦୁଇ ବ୍ୟାଟ୍ସମ୍ୟାନ୍‌ଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ପ୍ରାରମ୍ଭିକ ଯୋଡ଼ି ଭାବେ ସେହବାଗ-ଗମ୍ଭୀର, ସ୍ମିଥ୍‌-ଗିବ୍ସ କିମ୍ବା କୁକ୍‌-ଷ୍ଟ୍ରସ ଏହି ଲମ୍ବା ଫର୍ମାଟ୍‌ରେ ସଫଳ ହୋଇସାରିଛନ୍ତି। ସାଂପ୍ରତିକ ସମୟରେ ନ୍ୟୁଜିଲାଣ୍ଡର ଟମ ଲାଥମ-ଟମ ବ୍ଲୁନ୍ଦେଲଙ୍କୁ ଶ୍ରେଷ୍ଠ ପ୍ରାରମ୍ଭିକ ଯୋଡ଼ି ଭାବେ‌ ଚୋପ୍ରା ବାଛିଛନ୍ତି।

ଟମ ଲଥାମ-ଟମ ବ୍ଲଣ୍ଡେଲ୍‌ (ନ୍ୟୁଜିଲାଣ୍ଡ)
ଏହି ଯୋଡ଼ି ମୋ ମତରେ ଶ୍ରେଷ୍ଠ। ସେମାନେ ୪୭.୧୪ ହାରରେ ରନ୍‌ କରିଛନ୍ତି। ନ୍ୟୁଜିଲାଣ୍ଡର କଷ୍ଟକର ପରିବେଶରେ ଅଧିକ ରନ୍‌ କରିଛନ୍ତି। ଲଥାମ ୫୨.୯ ଏବଂ ବ୍ଲଣ୍ଡେଲ୍‌ ୪୧.୩ ହାରରେ ରନ୍‌ କରିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ବ୍ଲଣ୍ଡେଲ୍‌ ଏବଂ ଭାରତରେ ଲଥାମ ଭଲ କରିଥିଲେ। ହେଲେ ବ୍ଲଣ୍ଡେଲ୍‌ ଭାରତ ଗସ୍ତରେ ଆସିନଥିଲେ ବୋଲି ଚୋପ୍ରା କହିଛନ୍ତି।

publive-image

ମୟଙ୍କ ଅଗ୍ରୱାଲ ଓ ରୋହିତ ଶର୍ମା (ଭାରତ)
ଏମାନେ ଭାରତର ନୂଆ ପ୍ରାରମ୍ଭିକ ଯୋଡ଼ି। ଏମାନେ ଏବେ ଉନ୍ନତି ପଥରେ ଅଛନ୍ତି। ସ୍ବଳ୍ପ ସୁଯୋଗ‌ରେ ଏମାନେ ଭଲ ପ୍ରଦର୍ଶନ ଦେଇଛନ୍ତି। ଉଭୟଙ୍କ ହାର ୭୦ ରହିଥିଲା ବେଳେ ରୋହିତଙ୍କ ୭୩.୬ ଓ ମୟଙ୍କଙ୍କ ୫୭.୩ ରହିଛି। ସଂଖ୍ୟା ଦୃଷ୍ଟିରୁ ଦେଖିଲେ ‌ଏହା ‌ଅତି ଉତ୍ତମ। ହେଲେ ଉଭୟ ଏକାଠି ବିଦେଶରେ ଖେଳିନାହାନ୍ତି। ଗତ ନ୍ୟୁଜିଲାଣ୍ଡ ଗସ୍ତରେ ରୋହିତ ନଥିବାରୁ ମୟଙ୍କ ଓ ପୃଥ୍ବୀ ସ' ଓପନିଂ କରିଥିଲେ। ଏହା ପୂର୍ବରୁ ରୋହିତ ଓପନିଂ କରୁ ନଥିଲେ। ମୟଙ୍କ ବିଦେଶରେ ଭଲ କରୁଛନ୍ତି ହେଲେ ରୋହିତ ଓପନିଂ କରିବାର ସୁଯୋଗ ପାଇନାହାନ୍ତି ବୋଲି ଚୋପ୍ରା କହିଛନ୍ତି।

publive-image

ଡିନ୍‌ ଏଲଗାର-ଏ‌ଦିନ ମର୍କରାମ (ଦକ୍ଷିଣ ଆଫ୍ରିକା)
ଏହି ଯୋଡ଼ି ବହୁ ଦିନ ହେଲା ଓପନିଂ କରୁଛନ୍ତି। ଭାରତରେ ଏକ ମ୍ୟାଚ୍‌ରେ ଏଲଗାର ବହୁତ ରନ୍‌ କରିଥିଲେ। ହେଲେ ଉଭୟଙ୍କ ହାରାହାରି ୧୨.୫୩। ଏହା ଅତି ନିକୃଷ୍ଟ। ଉଭୟଙ୍କ ସର୍ବୋଚ୍ଚ ଭାଗୀଦାରି ହେଉଛି ୫୬। ମର୍କରାମଙ୍କ ବ୍ୟକ୍ତିଗତ ବ୍ୟାଟିଂ ହାର ହେଉଛି ୨୫.୬ ଏବଂ ଏଲଗରଙ୍କ ୨୯.୩। ବ୍ୟକ୍ତିଗତ ହାର କମ୍‌ ଥିବାରୁ ଭାଗୀଦାରି ହାର ମଧ୍ୟ କମ୍‌ ରହିଛି। ହେଲେ ଏହି ଯୋଡ଼ି ଚଳନୀୟ ବୋଲି କହିଛନ୍ତି ଚୋପ୍ରା।

publive-image

ଜୋ ବର୍ନ୍ସ-ଡେଭିଡ ୱାର୍ନର (ଅଷ୍ଟ୍ରେଲିଆ)
ପ୍ରକୃତରେ ଏମାନେ ଭଲ କରିଛନ୍ତି। ଏହି ଯୋଡ଼ି ୬୫.୪ ହାରରେ ରନ୍‌ ସଂଗ୍ରହ କରିଥିଲା ବେଳେ ୱାର୍ନରଙ୍କ ବ୍ୟାଟିଂ ହାର ୫୫.୧ ଓ ବର୍ନ୍ସଙ୍କ ୪୧.୮ ରହିଛି। ତେଣୁ ଏହା ଖରାପ ନୁ‌ହେଁ। ମୋ ମତରେ ସେମାନେ ଭଲ କରୁଛନ୍ତି। ଆସେସ୍‌ରେ ୱାର୍ନର ଭଲ କରିଥିଲେ। କିନ୍ତୁ ଆହ୍ବାନ ସମୟରେ ‌ଏମାନେ ସଫଳ ହେଉନାହାନ୍ତି। ଏବେବି ଏମାନେ ଅଷ୍ଟ୍ରେଲିଆର ସ୍ଥାୟୀ ଯୋଡ଼ି ହୋଇ ପାରିନାହାନ୍ତି। ମର୍କସ ହାରିସ ମଝିରେ ମଝିରେ ଏମାନଙ୍କ ସହ ଓପନିଂ କରୁଛନ୍ତି ବୋଲି ଚୋପ୍ରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe