ଅମିତାଭ-ଅକ୍ଷୟ ଦୂତି ପ୍ରଶଂସକ

ଅମିତାଭ-ଅକ୍ଷୟ ଦୂତି ପ୍ରଶଂସକ

ଭୁବନେଶ୍ବର: ଇଟାଲିର ନାପୋଲିରେ ଚାଲିଥିବା ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ମହିଳା ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିବାରେ ଓଡ଼ିଆ ଧାବିକା ଦୂତି ଚାନ୍ଦ ପ୍ରଥମ ଭାରତୀୟ ହୋଇଥିଲେ। ଏଥିଲାଗି ତାଙ୍କୁ ସମାଜର ସବୁ ବର୍ଗରୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ସାରିଛନ୍ତି। ବଲିଉଡ୍ ସେଲିବ୍ରେଟିମାନେ ମଧ୍ୟ ଏଥିରେ ପଛୁଆ ନାହାନ୍ତି। ମେଗାଷ୍ଟାର ଅମିତାଭ ବଚ୍ଚନ ଟ୍ବିଟ୍ କରି ଦୂତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୂତି ତ୍ରିରଙ୍ଗା ଧରିଥିବାର ଫଟୋ ପ୍ରକାଶ କରି ଅମିତାଭ ଲେଖିଛନ୍ତି ଭାରତ ପାଇଁ ଆଉ ଏକ ଗର୍ବର ମୁହୂର୍ତ। ଅକ୍ଷୟ କୁମାର, ଆୟୁଷ୍ମାନ ଖୁରାନା, ହୁମା କ୍ୟୁରେସି, ନେହା ଧୁପିଆ, ତାପସି ପାନୁ, ଅର୍ଜୁନ କାପୁର ପ୍ରମୁଖ ମଧ୍ୟ ଦୂତିଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

ରିଲେରେ ଭାରତ ତ୍ରୟୋଦଶ
ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଦୂତି ଚାନ୍ଦ ବ୍ୟକ୍ତିଗତ ଭାବେ ଐତିହାସିକ ସଫଳତା ପାଇଛନ୍ତି। ୨୦୦ ମିଟର ଭଳି ଦଳଗତ ଭାବେ କିନ୍ତୁ ସେ ପଦକକୁ ବଞ୍ଚିତ ହୋଇଛନ୍ତି। ୧୪ ଦଳକୁ ନେଇ ଆୟୋଜିତ ୪ ଗୁଣା ୧୦୦ ରିଲେ ଦୌଡ଼ରେ ଦୂତି, ଧନଲକ୍ଷ୍ମୀ ଶେକର, ହିମାନି ଚନ୍ଦେଲ ଓ ଏନ୍ ହଲ୍ଲଭଲି ରାମେଗୌଡ଼ାଙ୍କୁ ନେଇ ଗଠିତ ଭାରତୀୟ ଦଳ ୧ ନମ୍ବର ହିଟ୍‌ରେ ଦୌଡ଼ି ଷଷ୍ଠ ସ୍ଥାନରେ ରହିଥିଲା। ଫଳରେ ପରବର୍ତୀ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରି ପାରି ନଥିଲା। ମୋଟ ଉପରେ ଭାରତୀୟ ଦଳ ତ୍ରୟୋଦଶ ସ୍ଥାନ ଅଧିକାର କରିଥିଲା। ଭାରତୀୟ ଦଳର ସମୟ ୪୬.୨୩ ସେକେଣ୍ଡ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe