ଟି-୨୦ ବିଶ୍ବକପ୍‌ ସ୍ଥଗିତ ନେଇ ବିସିସିଆଇ ଉପରେ ବର୍ଷିଲେ ଅଖ୍‌ତର

Advertisment
ଅଖତର ମହାନ ବୋଲର ହେବେ ବୋଲି କର୍ଷ୍ଟେନ ଭବିଷ୍ୟବାଣୀ କରିଥିଲେ

siasat.com

ମୁମ୍ବାଇ: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ‌ସୋଏବ ଅଖ୍‌ତର ଟି-୨୦ ବିଶ୍ବକପ୍‌ ସ୍ଥଗିତ ନେଇ ବିସିସିଆଇ ଉପରେ ବର୍ଷିଛନ୍ତି। ଆଇସିସିର ଟି-୨୦ ବିଶ୍ବକପ୍‌ ସ୍ଥଗିତ ରଖିବାରେ ବିସିସିଆଇର ଭୂମିକା ରହିଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଲାଗି ରାସ୍ତା ପରିସ୍କାର ପାଇଁ ବିସିସିଆଇ ଏଭଳି ଷଡ଼ଯନ୍ତ୍ର ରଚିଛି ବୋଲି ଅଖ୍‌ତର ଅଭିଯୋଗ କରିଛନ୍ତି। ଚଳିତ ମାସରେ ଏସିଆ କପ୍‌ ସ୍ଥଗିତ ନିଷ୍ପତ୍ତି ‌ନେଇ ଅଖ୍‌ତର ମଧ୍ୟ ବିସିସିଆଇକୁ ଦାୟୀ କରିଛନ୍ତି।

ଏସିଆ କପ୍‌ ‌ଆୟୋଜନ ନେଇ କୌଣସି ଅସୁବିଧା ନଥିଲା। ଏଥିରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାର ସମ୍ଭାବନା ଥିଲା। ହେଲେ ଏହାକୁ ବାତିଲ କରି ଦିଆଯାଇଛି। ବାତିଲ ପଛରେ ବହୁ କାରଣ ଅଛି ବୋଲି ଅଖ୍‌ତର କହିଛନ୍ତି। ଟି-୨୦ ବିଶ୍ବକପ୍‌ ଆୟୋଜନରେ କୈଣସି ଅସୁବିଧା ନଥିଲା। କିନ୍ତୁ କିଛି ଦିନ ତଳେ ମୁଁ କହିଥିଲି ଯେ ଆଇପିଏଲ୍‌ ଉପରେ ପ୍ରଭାବ ନପଡ଼ିବା ଲାଗି ଏହାକୁ କରାଇ ଦିଆଯିବନି। ‌ଏହା ହିଁ ହେଲା। ଶେଷରେ ବିଶ୍ବକପ୍‌ ସ୍ଥଗିତ ରଖାଗଲା ବୋଲି ଅଖ୍‌ତର କହିଛନ୍ତି। ସୂଚନାଯୋଗ୍ୟ ଯେ ଟି-୨୦ ବିଶ୍ବକପ୍‌ ସ୍ଥଗିତ ‌େହବା ପରେ ବିସିସିଆଇ ଆଇପିଏଲ୍‌କୁ ଚଳିତ ବର୍ଷର ସେପ୍ଟେମ୍ବରରୁ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ୟୁଏଇରେ ଆୟୋଜନ କରିବା ଲାଗି ପ୍ରସ୍ତୁତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe