ସୋନାଲିଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ଅଖତର

ସୋନାଲିଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ଅଖତର

ମୁମ୍ବାଇ: କ୍ରିକେଟ୍ ଖେଳାଳି ବଲିଉଡ୍ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ଭିଭିଆନ୍ ରିଚାର୍ଡ-ନିନା ଗୁପ୍ତା, ରବି ଶାସ୍ତ୍ରୀ-ଅମ୍ରିତା ସିଂହ, ସୌରଭ ଗାଙ୍ଗୁଲି-ନଗମା, ଗ୍ୟାରି ସୋବର୍ସ-ଅଞ୍ଜୁ ମହେନ୍ଦ୍ରୁଙ୍କ ପ୍ରେମ ସଂପର୍କ ଅତୀତରେ ବେଶ୍ ଚର୍ଚିତ ହୋଇଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରେମରେ ପଡ଼ିବା ସହ ତାଙ୍କୁ ଜୀବନସାଥୀ ଭାବେ ବାଛିଛନ୍ତି। ପାକିସ୍ତାନୀ କ୍ରିକେଟର ମଧ୍ୟ ଏହି କ୍ଷେତ୍ରରେ ପଛୁଆ ନାହାନ୍ତି। ଅଶି ଦଶକର ପ୍ରସିଦ୍ଧ ନାୟିକା ରୀନା ରାଏ ପାକିସ୍ତାନୀ କ୍ରିକେଟର ମୋହସିନ ଖାନଙ୍କୁ ବିବାହ କରିଥିଲେ। ରାୱଲପିଣ୍ଡି ଏକ୍ସପ୍ରେସ୍ ଭାବେ ପରିଚିତ ସୋଏବ ଅଖତର ମଧ୍ୟ ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଅବଶ୍ୟ ଏହା ଏକତରଫା ଥିଲା। ଏପରିକି ଅଖତର ନିଜ ମନିପର୍ସରେ ସୋନାଲିଙ୍କ ଫଟୋ ରଖିବା ସହ ଶୋଇବା ଘରେ ତାଙ୍କର ବଡ଼ବଡ଼ ପୋଷ୍ଟର ମାରିଥିଲେ। ସୋନାଲିଙ୍କ ‘ଇଂଲିସ ବାବୁ ଦେଶୀ ମେମ୍’ ଚଳଚ୍ଚିତ୍ର ଦେଖିବା ପରେ ତାଙ୍କ ସୌନ୍ଦର୍ଯ୍ୟରେ ଅଖତର ଏମିତି ବିମୋହିତ ହୋଇଥିଲେ ଯେ, ସୋନାଲିଙ୍କୁ ଅପହରଣ କରିନେବାକୁ ଚାହୁଁଥିଲେ। ଏହି କଥା ଭାରତ-ପାକିସ୍ତାନ ବିଶ୍ବକପ୍‌ ମ୍ୟାଚ୍‌ ପରେପରେ ହିଁ ଚର୍ଚ୍ଚିତ ହୋଇଥିଲା। ଏବେ କିନ୍ତୁ ଅଖତର ଏଥିରେ ସତ୍ୟତା ନଥିବା କହିବୁଲୁଛନ୍ତି। ହେଲେ ସୋନାଲିଙ୍କୁ ଏ ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ମୁଁ ସୋଏବ ଅଖତର ନାମରେ ଥିବା କୌଣସି ପାକିସ୍ତାନୀ କ୍ରିକେଟରଙ୍କୁ ଜାଣିନି। ମୁଁ ଜଣେ କ୍ରିକେଟ୍‌ ପ୍ରଶଂସକ ନୁହେଁ। ମୁଁ ଶୁଣିଛି, ସେ ମୋ ପ୍ରଶଂସକ। ଏଥିପାଇଁ ତାଙ୍କୁ ଧନ୍ୟବାଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe