ଆକ୍ରମଙ୍କୁ ଚାକର ଭଳି ବ୍ୟବହାର କରୁଥିଲେ ମଲ୍ଲିକ

ଆକ୍ରମଙ୍କୁ ଚାକର ଭଳି ବ୍ୟବହାର କରୁଥିଲେ ମଲ୍ଲିକ

Feature Cricket

ଇସ୍‌ଲାମାବାଦ୍‌ : ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ୍‌ ଆକ୍ରମଙ୍କୁ ତାଙ୍କର ସାଥି ଖେଳାଳି ତଥା ପୂର୍ବତନ ଅଧିନାୟକ ସଲିମ୍‌ ମଲ୍ଲିକ ଜଣେ ଚାକର ଭଳି ବ୍ୟବହାର କରୁଥିଲେ। ଆକ୍ରମ ତାଙ୍କ ଆତ୍ମଜୀବନୀ ‘ସୁଲତାନ୍‌...’ରେ ଏହି ସୂଚନାର ଖୁଲାସା କରିଛନ୍ତି।

ଆକ୍ରମ୍‌ ୧୯୮୪ରେ ପାକିସ୍ତାନ ପାଇଁ ପଦାର୍ପଣ କରିବାର ଦୁଇ ବର୍ଷ ପୂର୍ବରୁ ମଲ୍ଲିକ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ଆକ୍ରମ ଜଣେ କନିଷ୍ଠ‌ ଖେଳାଳି ହୋଇଥିବାରୁ ମଲ୍ଲିକ ଏହାର ଫାଇଦା ଉଠାଉଥିଲେ। ତାଙ୍କୁ ମାଲିସ୍‌ କରିବା ସହ ତାଙ୍କର କପଡ଼ା ଓ ଜୋତା ସଫା କରାଉଥିଲେ। ସେ ଜଣେ ନକରାତ୍ମକ ଓ ସ୍ବାର୍ଥପର ଭାବନାର ବ୍ୟକ୍ତି ହୋଇଥିଲା ବେଳେ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କୁ ଚାକର ଭଳି ବ୍ୟବହାର କରିଥିଲେ। ମଲ୍ଲିକ ମଧ୍ୟ ମୋ ସହ ଖେଳ ଜୀବନ ସାରା କଥା ହେଉନଥିଲେ ବୋଲି ଆକ୍ରମ ଉଲ୍ଲେଖ କରିଛନ୍ତି। ୨୦୦୦ ମସିହାରେ ମଲ୍ଲିକ ମ୍ୟାଚ୍‌ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ବାସନ୍ଦ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe