ଏକଦିବସୀୟ କ୍ରିକେଟ୍‌କୁ ସଂପୂର୍ଣ୍ଣ ଉଚ୍ଛେଦ କରିବାକୁ ଆକ୍ରମଙ୍କ ଆହ୍ବାନ

Advertisment
ମୋତେ ପାକିସ୍ତାନରେ ମ୍ୟାଚ୍‌ ଫିକ୍ସର କହନ୍ତି, ଭାରତରେ ପ୍ରଶଂସା ମିଳେ: ଆକ୍ରମ

Daily Pakistan

ଲଣ୍ଡନ : ପୂର୍ବ ଚମକ ଓ ଲୋକପ୍ରିୟତା ହରାଇବା ସହ ଦିନକୁ ଦିନ ଗୁରୁତ୍ବହୀନ ହୋଇ ଚାଲିଥିବା ଏକଦିବସୀୟ କ୍ରିକେଟ୍‌କୁ ସଂପୂର୍ଣ୍ଣ ଉଚ୍ଛେଦ କରିବାକୁ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ମହାନ ଦ୍ରୁତ ବୋଲର ୱା‌ସିମ ଆକ୍ରମ ଗୁରୁବାର ଆଇସିସିକୁ ଆହ୍ବାନ କରିଛନ୍ତି। ନିଜ ଯୁକ୍ତିକୁ ସାବ୍ୟସ୍ତ କରିବାକୁ ଯାଇ ଏକଦା ଜଣେ ଦୁର୍ଦ୍ଧର୍ଷ ବୋଲରର ମାନ୍ୟତା ଲାଭ କରିଥିବା ଆକ୍ରମ କହିଛନ୍ତି ଯେ ଦିନିକିଆ କ୍ରିକେଟ୍‌କୁ ବନ୍ଦ କରିଦେବା ବରଂ ଭଲ ହେବ।

ଇଂଲଣ୍ଡରେ ଏକଦିବସୀୟ ମ୍ୟାଚ୍‌ ଦେଖିବାକୁ ପ୍ରବଳ ଉତ୍ସାହ ଥାଏ। ଏଠାରେ ଷ୍ଟାଡିୟମ୍ ପୂରିଯାଏ। ହେଲେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶରେ ଏଭଳି କରିବା ଦିନକୁ ଦିନ କଷ୍ଟକର ହୋଇ ଚାଲିଛି। ଲାଗୁଛି ଯେମିତି ବାଧ୍ୟ ବାଧକତାର ସହ ଖେଳାଳି ଏହାକୁ ଖେଳୁଛନ୍ତି। ପ୍ରଥମ ୧୦ ଓଭର ପରେ ବଲ୍ ପିଛା ରନ୍ ଏବଂ କେବେ କେବେ ଚୌକା ମାରି କେମିତି ୪୦ ଓଭର ବେଳକୁ ୨୦୦, କିମ୍ବା ୨୨୦ ରନ୍ କରିନେଲେ, ଶେଷ ୧୦ ଓଭରରେ ଆକ୍ରମଣ କରିବାକୁ ବ୍ୟାଟର୍‌ ଲକ୍ଷ୍ୟ ରଖୁଛନ୍ତି। ଏଥିରେ ଆଉ କିଛି ନୂଆ ନାହିଁ। ସେହିଭଳି ଇଂଲଣ୍ଡର ତାରକା ଅଲରାଉଣ୍ଡର୍‌ ବେନ୍ ‌ଷ୍ଟୋକ୍ସ ଅଚାନକ ଦିନିକିଆରୁ ଅବସର ନେବା କଥାରେ ଆଶ୍ଚର୍ଯ୍ୟପ୍ରକଟ କରିନାହାନ୍ତି ଆକ୍ରମ। ବରଂ ଅସହ୍ୟ କାର୍ଯ୍ୟଭାର ପାଇଁ ଷ୍ଟୋକ୍ସ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ ବୋଲି ମତ ରଖିଛନ୍ତି। ପୂର୍ବରୁ ଭାରତୀୟ ଅଫ୍ ସ୍ପିନର ଆର ଅଶ୍ବିନ ମଧ୍ୟ ଦିନିକିଆ କ୍ରିକେଟ୍‌କୁ ବଞ୍ଚାଇ ରଖିବା ଲାଗି ପ୍ରଚଳିତ ନିୟମରେ ବ୍ୟାପକ ଅଦଳ ବଦଳ କରିବାକୁ ଆହ୍ବାନ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe