India Vs South Africa : ଅସୁସ୍ଥତା ପାଇଁ ଶେଷ ୨ଟି ଟି-୨୦ରୁ ବାଦ ପଡ଼ିଲେ ଅକ୍ଷର ପଟେଲ

Advertisment

ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଶେଷ ଦୁଇଟି ମ୍ୟାଚ ଲାଗି ଅକ୍ଷର ପଟେଲ ଟିମ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି। ବିସିସିଆଇ ନିଶ୍ଚିତ କରିଛି ଯେ ଅସୁସ୍ଥତା ଯୋଗୁଁ ପଟେଲ ସିରିଜର ବାକି ମ୍ୟାଚରୁ ବାଦ ପଡ଼ିଛନ୍ତି।

ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଶେଷ ଦୁଇଟି ମ୍ୟାଚ ଲାଗି ଅକ୍ଷର ପଟେଲ ଟିମ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି। ବିସିସିଆଇ ନିଶ୍ଚିତ କରିଛି ଯେ ଅସୁସ୍ଥତା ଯୋଗୁଁ ପଟେଲ ସିରିଜର ବାକି ମ୍ୟାଚରୁ ବାଦ ପଡ଼ିଛନ୍ତି।

axar

axar

ନୂଆଦିଲ୍ଲୀ : ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଶେଷ ଦୁଇଟି ମ୍ୟାଚ ଲାଗି ଅକ୍ଷର ପଟେଲ ଟିମ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି। ଡିସେମ୍ବର ୧୪ ତାରିଖରେ ଧର୍ମଶାଳାରେ ଖେଳାଯାଇଥିବା ତୃତୀୟ ଟି-୨୦ରେ ପଟେଲ ପ୍ଲେଇଂ ଇଲେଭେନର ଅଂଶ ନଥିଲେ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ନିଶ୍ଚିତ କରିଛି ଯେ ଅସୁସ୍ଥତା ଯୋଗୁଁ ପଟେଲ ସିରିଜର ବାକି ମ୍ୟାଚରୁ ବାଦ ପଡ଼ିଛନ୍ତି।

ଆହୁରି ପଢନ୍ତୁ : Accident: ଦୁଇ ବାଇକ୍ ଧକ୍କା: ୨ ମୃତ, ଜଣେ ଗୁରୁତର

ଚତୁର୍ଥ ଏବଂ ପଞ୍ଚମ ଟି-୨୦ ପାଇଁ ଅକ୍ଷର ପଟେଲଙ୍କ ବଦଳ ସ୍ୱରୂପ ଶାହବାଜ ଅହମ୍ମଦଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ଡିସେମ୍ବର ୧୭ ତାରିଖରେ ଲକ୍ଷ୍ନୌରେ ଖେଳାଯିବ। ସିରିଜର ପଞ୍ଚମ ଏବଂ ଶେଷ ମ୍ୟାଚ୍ ଡିସେମ୍ବର ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ସୁଦ୍ଧା ଏହି ସିରିଜରେ ଭାରତୀୟ ଦଳ ୨-୧ରେ ଆଗୁଆ ଅଛି।

ଆହୁରି ପଢନ୍ତୁ : Krushi Vidyanidhi scheme: ବଢ଼ିଲା କୃଷି ବିଦ୍ୟାନିଧି ଯୋଜନାରେ ଆବେଦନ ଅବଧି

ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ୍ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ଜିତେଶ ଶର୍ମା (ଉଇକେଟକିପର), ସଞ୍ଜୁ ସାମସନ୍ (ଉଇକେଟକିପର), ଜସପ୍ରିତ ବୁମରାହ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣା, ୱାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe