LONDON, ENGLAND - MAY 24: Steve Smith of Australia poses during a portrait session ahead of the ICC Champions Trophy at the Royal Garden Hotel on May 24, 2017 in London, England. (Photo by Clive Mason-IDI/IDI via Getty Images)
ସିଡ୍ନି: ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ସୋମବାର ନିଜର ଦ୍ୱିତୀୟ ଆଲାନ ବର୍ଡର ପଦକ ପାଇଛନ୍ତି। ସାର୍ ଡୋନାଲ୍ଡ ବ୍ରାଡମ୍ୟାନ୍ଙ୍କ ପରେ ଦେଶର ସବୁଠୁ ଉତ୍କଷ୍ଟ ବ୍ୟାଟସମ୍ୟାନ୍ ଭାବେ ଉଭା ହୋଇଥିବା ସ୍ମିଥ୍ ସର୍ବାଧିକ ୨୪୬ ଭୋଟ୍ ପାଇଥିବାବେଳେ ୨ ଥର ବିଜେତା ଡେଭିଡ୍ ଓ୍ଵାର୍ନର (୧୬୨) ଏବଂ ନାଥନ୍ ଲିଅନ୍ (୧୫୬)ଙ୍କୁ ପଛରେ ପକାଇଥିଲେ। ବିଗତ ୧୨ ମାସ ଧରି ନିଜ ବ୍ୟାଟ୍ରେ ପ୍ରାଧାନ୍ୟ ଦେଖାଇଥିବା ୨୮ ବର୍ଷୀୟ ସ୍ମିଥ୍ଙ୍କୁ ଗତ ମାସରେ ୨୦୧୭ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ଟେଷ୍ଟ୍ ଖେଳାଳି ବିବେଚିତ କରାଯାଇଥିଲା। ୨୦୧୫ ମସିହାରେ ସ୍ମିଥ୍ ପ୍ରଥମ ଥର ଆଲାନ୍ ବର୍ଡର ପଦକ ପାଇଥିଲେ।
ବିଗତ ବର୍ଷକ ମଧ୍ୟରେ ସ୍ମିଥ୍ ଟେଷ୍ଟ ଓ ସୀମିତ ଓଭର କ୍ରିକେଟ୍କୁ ମିଶାଇ ମୋଟ ୨୪ ଅର୍ନ୍ତଜାତୀୟ ମ୍ୟାଚ୍ରୁ ୬୭.୪୬ ହାରରେ ୭ ଶତକ ସହିତ ୧୭୫୪ ରନ୍ ସଂଗ୍ରହ କରିଥିଲେ। ଭାରତ ନିକଟରୁ ଶୃଙ୍ଖଳା ହାରିବା, ବାଂଲାଦେଶ ସହିତ ଶୃଙ୍ଖଳା ଭାଗ କରିବା ଏବଂ ଇଂଲଣ୍ଡ ବିପକ୍ଷରେ ୪-୦ ଆସେସ୍ ଜିତିବା ସହ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ସ୍ମିଥ୍ ମଧ୍ୟ ଏକାଧିକ ଆଲାନ୍ ବର୍ଡର ପଦକ ଜିତିଥିବା ପଣ୍ଟିଂ (୪), କ୍ଲାର୍କ (୪), ସେନ୍ ଓ୍ଵାଟ୍ସନ୍ (୨), ଡେଭିଡ୍ ଓ୍ଵାର୍ନର (୨)ଙ୍କ କ୍ଲବ୍ରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ଏଲିସ ପେରି ଗତବର୍ଷର ଶ୍ରେଷ୍ଠ ମହିଳା ଅଷ୍ଟ୍ରେଲିଅ କ୍ରିକେଟର୍ ହୋଇଛନ୍ତି।
Follow Us