ଫାଇନାଲ୍‌ରେ ଅଲ୍‌କାରାଜ

Advertisment
ଫାଇନାଲ୍‌ରେ ଅଲ୍‌କାରାଜ

ଲଣ୍ଡନ: ବିଜେତା କାର୍ଲୋସ ଅଲ୍‌କାରାଜ ଚଳିତ ୱିମ୍ବଲଡନ୍‌ ଟେନିସ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶୁକ୍ରବାର ପୁରୁଷ ଏକକ ସେମିଫାଇନାଲ୍‌ରେ ତୃତୀୟ ମାନ୍ୟତାପ୍ରାପ୍ତ ଏହି ସ୍ପେନ୍‌ ଖେଳାଳି ୬-୭, ୬-୩, ୬-୪, ୬-୪ ସେଟ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ରୁଷିଆର ଡାନିଲ ମେଦଭେଦେଭଙ୍କୁ ପରାସ୍ତ କରିଛନ୍ତି। ଏଥିସହ ‌ସେ ୨୧ ବର୍ଷ ବୟସରେ ଚତୁର୍ଥ ଗ୍ରାଣ୍ଡସ୍ଲାମ୍‌ ଟ୍ରଫି ଜିତିବାର ନିକଟତର ହୋଇଛନ୍ତି। କନିଷ୍ଠତମ ଖେଳାଳି ଭାବେ ୩ ପ୍ରକାର କୋର୍ଟ ଗ୍ରାସ, କ୍ଲେ ଓ ହାର୍ଡ ‌କୋର୍ଟରେ ଟ୍ରଫି କରାୟତ୍ତ କରିଥିବା ଅଲ୍‌କାରାଜ ପ୍ରଥମ ସେଟ୍‌ରେ ମେଦ୍‌ଭେଦେଭଙ୍କଠୁ ହାରିଯାଇଥିଲେ। ଏହା‌ପରେ ସଫଳ ପ୍ରତ୍ୟାବର୍ତ୍ତନ ସହ ପରବର୍ତ୍ତୀ ୩ଟି ସେଟ୍‌ ଜିତି ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଥିଲେ। ୨୨ ବର୍ଷରୁ କମ୍‌ ବୟସରେ ଅଲ୍‌ଇଂଲଣ୍ଡରେ ୨ ଥର ଟ୍ରଫି ଜିତିବାରେ ବୋରିସ ବେକର ଓ ବିୟର୍ଣ୍ଣ ବର୍ଗଙ୍କ ସମକକ୍ଷ ହେବାଠୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି ସେ। ଅଲ୍‌କାରାଜ ୨୦୨୨ରେ ୟୁଏସ୍‌ ଓପନ୍‌ ଏବଂ ଗତ ମାସରେ ଫ୍ରେଞ୍ଚ୍‌ ଓପନ୍‌ ଜିତିଥିଲେ। ରବିବାର ଫାଇନାଲ୍‌ରେ ୨୪ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ସର୍ବିୟାର ନୋଭାକ ଜୋକୋଭିକ୍‌ ଓ ଇଟାଲିର ଲୋରେଞ୍ଜୋ ମୁସେଟିଙ୍କ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ‌ସେମିଫାଇନାଲ୍‌ ବିଜେତାଙ୍କୁ ଭେଟିବେ ସେ ।

ରୋହିତ ପାଲଟିଲେ ଆକର୍ଷଣ

ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ପରେ ଭାରତୀୟ ଟ୍ବେଣ୍ଟି-୨୦ ଦଳର ତତ୍‌କାଳୀନ ଅଧିନାୟକ ରୋହିତ ଶର୍ମା ସଂପ୍ରତି ଲଣ୍ଡନ୍‌ରେ ଛୁଟି କଟାଉଛନ୍ତି। ରୋହିତ ଶୁକ୍ରବାର ୱିମ୍ବଲଡନ୍ ଓପନ୍ ଦର୍ଶକ ଗ୍ୟାଲେରିରେ ଦେଖିବାକୁ ମିଳିଥିଲେ। ସେଠାରେ ସେ ଏକପ୍ରକାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ରୋହିତ ପୁରୁଷ ଏକକ ମ୍ୟାଚ୍‌ ଦେଖୁଥିବାର ଫଟୋ ୱିମ୍ବଲଡନ୍ ତା’ ‘ଏକ୍ସ’ ଆକାଉଣ୍ଟରେ ମଧ୍ୟ ପ୍ରକାଶ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe