ଜୋକୋଭିଚଙ୍କୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ୱିମ୍ବଲଡନ୍ ଟାଇଟଲ ଜିତିଲେ ଆଲକାରାଜ

Advertisment
ଜୋକୋଭିଚଙ୍କୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ୱିମ୍ବଲଡନ୍ ଟାଇଟଲ ଜିତିଲେ ଆଲକାରାଜ

ଲଣ୍ଡନ : ସ୍ପେନର କାର୍ଲୋସ ଆଲକାରାଜ ୱିମ୍ବଲଡନ ୨୦୨୪ ଫାଇନାଲରେ ନୋଭାକ ଜୋକୋଭିଚଙ୍କୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ୱିମ୍ବଲଡନ୍ ଟାଇଟଲ ଜିତିଛନ୍ତି। ଅଲକାରାଜ ଜୋକୋଭିଚଙ୍କୁ ୬-୨, ୬-୨, ୭-୬ ସେଟ୍ ରେ ପରାସ୍ତ କରି କ୍ରମାଗତ ଦ୍ବିତୀୟ ଥର ପାଇଁ ଟାଇଟଲ୍ ଜିତିଛନ୍ତି। ୨୪ ଥର ଗ୍ରାଣ୍ଡସ୍ଲାମ୍ ବିଜେତା ଜୋକୋଭିକ୍ ମଧ୍ୟ ଗତବର୍ଷ ୱିମ୍ବଲଡନ୍ ଫାଇନାଲ୍ ରେ ଆଲକାରାଜଠାରୁ ପରାସ୍ତ ହୋଇଥିଲେ।

କାର୍ଲୋସ୍ ଆଲକାରାଜ ୨୦୨୪ ଫାଇନାଲରେ ଜୋକୋଭିକ୍ ବିପକ୍ଷରେ ପ୍ରଥମ ଦୁଇଟି ସେଟ୍ ସହଜରେ ଜିତି ନେଇଥିଲେ। ସେ ପ୍ରଥମ ୨ ସେଟ୍ ୬-୨, ୬-୨ରେ ଜିତିଥିଲେ ମଧ୍ୟ ତୃତୀୟ ସେଟ୍ ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। ତୃତୀୟ ସେଟ୍ ଟାଇବ୍ରେକର ପର୍ଯ୍ୟନ୍ତ ଚାଲିଥିଲା, ଯେଉଁଥିରେ ୨୧ ବର୍ଷୀୟ କାର୍ଲୋସ ତାଙ୍କ କ୍ୟାରିୟରର ଚତୁର୍ଥ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିଥିଲେ। ନିକଟରେ କର୍କଟ ରୋଗରେ ପୀଡ଼ିତ ଥିବା ଏହି ସଂଘର୍ଷକୁ ଦେଖିବା ପାଇଁ ୱେଲ୍ସର ରାଜକୁମାରୀ କେଟ୍ ମଧ୍ୟ ପହଞ୍ଚିଥିଲେ।

କାର୍ଲୋସ୍ ଅଲକାରାଜ ଚତୁର୍ଥ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତି ଟେନିସ୍ କିମ୍ବଦନ୍ତୀ ରୋଜର ଫେଡେରରଙ୍କ ସମକକ୍ଷ ହୋଇଛନ୍ତି। ଫେଡେରରଙ୍କ ପରେ କାର୍ଲୋସ୍ ଆଲକାରାଜ ପ୍ରଥମ ଟେନିସ୍ ଖେଳାଳି ଭାବେ କ୍ୟାରିୟରର ପ୍ରଥମ ୪ଟି ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଜିତିଛନ୍ତି। କାର୍ଲୋସ ଏପର୍ଯ୍ୟନ୍ତ ଦୁଇଥର, ଥରେ ଫ୍ରେଞ୍ଚ ଓପନ ଏବଂ ଥରେ ୟୁଏସ ଓପନରେ ୱିମ୍ବଲଡନ ଫାଇନାଲରେ ପ୍ରବେଶ କରିଛନ୍ତି ଏବଂ ଚାରିଟି ଯାକ ଥର ଜିତିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe